ପୁଣି ମୁଣ୍ଡଟେକିଲା ଜିକା ଭାଇରସ୍‌ : ୮୯ ସଂକ୍ରମିତ ଚିହ୍ନଟ

19

କରୋନା ପରେ ପରେ ଦେଶରେ ମୁଣ୍ଡ ଟେକିଛି ଆଉ ଏକ ଭାଇରସ I ଏହା ହେଉଛି ଜିକା ଭାଇରସ I ବିଶେଷ କରି ଏହି ଭାଇରସ ଉତ୍ତରପ୍ରଦେଶ କାନପୁରରେ ନିଜର କାୟା ବିସ୍ତାର କରିଚାଲିଛି I ପୂର୍ବରୁ ଅକ୍ଟୋବର ୨୩ରେ କାନପୁରରେ ପ୍ରଥମ ଜିକା ଭାଇରସ କେସ୍‌ ଚିହ୍ନଟ ହୋଇଥିଲା Iଏହି ଭାଇରସ ଦ୍ୱାରା ଭାରତୀୟ ବାୟୁସେନାର୨ ଜଣ ଅଫିସର ଙ୍କ ସହିତ ୧୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହା ଏବେ ବଢି ବଢି ୮୯ ରେ ପହଂଚିଲାଣି I ନିକଟରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ୩ ଜଣ ବାୟୁସେନା କର୍ମଚାରୀ,ଏବଂ ୨ଜଣ ମହିଳା ଅଛନ୍ତି। ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ମୋଟ ଜିକା ପଜିଟିଭ୍‌ କେସ ୬୬ ଥିଲା। ଯେଉଁଥିରେ ୯ ଜଣ ଆଇଏଏଫ୍ କର୍ମଚାରୀ, ୪୫ ପୁରୁଷ ଏବଂ ୨୧ ଜଣ ମହିଳା ଥିଲେ। ମାମଲା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ସମୀକ୍ଷା କରିଥିଲେ । ଏହି ଅବସରରେ ସେ ସାନିଟାଇଜେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥ ସ୍ୱାସ୍ଥ୍ୟ ବିଭାଗକୁ ପରିସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ଟିମ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ସାନିଟାଇଜେସନ କାର୍ଯ୍ୟକ୍ରମ କରାଯାଉଛି। ସେହିପରି ଜ୍ୱର ଥିବା ଲୋକଙ୍କୁ ଚିହ୍ନଟ କରି ପରୀକ୍ଷା କରାଯାଉଛି। ସେହିପରି ଗର୍ଭବତୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଜିକା ଜୀବାଣୁ ଏଡିସ୍ ମଶା ଦ୍ୱାରା ସଂକ୍ରମିତ ହୁଏ।
ଏହି ରୋଗ ପ୍ରଥମେ ୧୯୫୨ମସିହାରେ ଉଗାଣ୍ଡା ଏବଂ ତାଞ୍ଜାନିଆର ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା। ସାମାନ୍ୟ ଜ୍ୱର, ଦେହରେ ଦାଗ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା ଏହି ରୋଗର ଲକ୍ଷଣ ବୋଲି କୁହାଯାଇଛି। ଅଧିକାଂଶ ଲକ୍ଷଣ ଦୁଇ-ସାତ ଦିନ ପର୍ଯ୍ୟନ୍ତ ରହିପାରେ।
ସେହିପରି ଦିଲ୍ଲୀରେ ବର୍ତ୍ତମାନ ୪୫ ଜଣ ନୂଆ କରୋନା ସଂକ୍ରମିତ ଙ୍କୁ ଚିହ୍ନଟ କରାଯାଇଛି Iଏବଂ ଗତ ସପ୍ତାହ ସୁଦ୍ଧା ୩୦ କଣ୍ଟେନମେଣ୍ଟ ଜଣ ଘେଷଣା ହୋଇଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ବଢିନଥିବାର ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯା

Leave A Reply

Your email address will not be published.