ରାଜ୍ୟରେ ପୁଣି ଉପର ମୁହଁ। ହେଉଛି କରୋନା, ଆଜି ୩୩୫ ସଂକ୍ରମିତ ଚିହ୍ନଟ ,୨ମୃତ

19

ଗତ ଏକ ମାସ ମଧ୍ୟ ରେ ରାଜ୍ୟରେ କରୋନା ର ପ୍ରାଦୁର୍ଭାବ କମିଯାଇଥିବାରୁ ସ୍କୁଲ କଲେଜ ଗୁଡିକ ଧୀରେ ଧୀରେ ଖୋଲି ଯାଇଥିଲା I କିନ୍ତୁ ଦେଖାଯାଇଥିଲା ଯେ ସ୍କୁଲ ଖୋଲିବାର କିଛି ଦିନ ମଧ୍ୟ ରେ କେତେକ ସ୍କୁଲ ରେ ପିଲା ମାନେ କରୋନା ସଂକ୍ରମିତ ହେଉଥିଲେ I ଏଥିଯୋଗୁଁ ରାଜ୍ୟରେ ପୁଣି କରୋନା ଉପର ମୁହଁI ହେବାରେ ଲାଗିଛି I ସେହିପରି ରାଜ୍ୟରୁ ଆଜି ୩୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଙ୍କ ମୃତ୍ୟୁ ହୋଇଛି ଇ ଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୦୧କୁ ବୃଦ୍ଧି ପାଇଛି । ମୃତକ ଦୁଇ ଜଣ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣ ପଡିଛି I ସେହିପରି ସଂକ୍ରମିତ ଙ୍କ ମଧ୍ୟ ରୁ ମଧ୍ୟରୁ ସଙ୍ଗରୋଧରୁ ୧୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪୭ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୧୫୨ ରହିଥିବା ବେଳେ ୨ ହଜାର ୪୦୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.