ତୁର୍କୀ ପରେ ଏବେ ବ୍ରାଜିଲ୍ ପାଳି

26

ତୁର୍କୀ ପରେ ଏବେ ବ୍ରାଜିଲ୍ ପାଳି । ବେହାଲ ବ୍ରାଜିଲ୍ । ବ୍ରାଜିଲର ସବୁଠାରୁ ଜନବହୁଳ ରାଜ୍ୟ ସାଓ ପାଉଲୋ ବନ୍ୟା ଓ ଭୂସ୍ଖଳନ ପାଇଁ ପରିସ୍ଥିତି ବେଶ ଜଟିଳ ହୋଇ ଯାଇଛି । ବ୍ରାଜିଲର ଅଧିକାରୀମାନେ ରବିବାର କହିଛନ୍ତି, ବନ୍ୟା ଓ ଭୂସ୍ଖଳନ ହେତୁ ଉତ୍ତର ସାଓ ପାଉଲୋର ଅନେକ ସହର ଭୟଙ୍କର ଅବସ୍ଥାରେ ଅଛନ୍ତି ।

ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ବ୍ରାଜିଲରେ ହେଉଥିବା ଲଗାଣ ବର୍ଷା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ଫଳରେ ବହୁ ସଡକ ପଥ ଧୋଇ ହୋଇ ଯାତାୟାତରେ ସମସ୍ୟା ଦେଖାଦେଇଛି ।

ଫଳରେ ଅଧିକାଂଶ ସ୍ଥାନରେ ଆକାଶ ମାର୍ଗରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ଏହାସହ ଉଦ୍ଧାରକାର୍ଯ୍ୟ ଜୋର ସୋର କରାଯାଉଥିବା ସହ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି

Comments are closed, but trackbacks and pingbacks are open.