ତ୍ରିସ୍ତରୀୟ ପଞ୍ଚାୟତ ପ୍ରଚାର କଟକଣା କୋହଳ ପରେ, ମାଇକ ଓ ଗାଡ଼ି ବ୍ୟବହାର ପାଇଁ ଅନୁମତି

35

ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ନିର୍ବାଚନ କଟକଣା କୁ କିଛି ମାତ୍ରାରେ କୋହଳ କରାଯାଇଛି I ସେହି ଅନୁସାରେ ଏଣିକି ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ମାଇକ ଓ ଗାଡ଼ିରେ ପ୍ରଚାର କରିପାରିବେ I ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନରେ ମାଇକ ଓ ଗାଡ଼ି ବ୍ୟବହାର କଟକଣା ଉଠାଇ ଦିଆଯାଇଛି। କିନ୍ତୁ ମାଇକ ଓ ଗାଡ଼ି ବ୍ୟବହାର ପାଇଁ ପ୍ରାର୍ଥୀଙ୍କୁ ତହସିଲଦାରଙ୍କ ଠାରୁ ଅନୁମତି ନେବାକୁ ହେବ ବୋଲି କୁହାଯାଇଛି । ଏହା ସହ ଲାଉଡ ସ୍ପିକର ଓ ମାଇକ୍ ପାଇଁ ଅନୁମତି ପ୍ରଦାନ କରିବେ ତହସିଲଦାର । ତେବେ ଆଶାୟୀ ପ୍ରାର୍ଥୀମାନେ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣି ମାଇକ ଓ ଗାଡ଼ି ବ୍ୟବହାର କରିପାରିବେ ବୋଲି ଆଜି ଜିଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି। ସେହିଭଳି କମିଶନରେଟ ପୁଲିସ ଅନ୍ତର୍ଭୁକ୍ତ ବ୍ଲକଗୁଡ଼ିକ ପାଇଁ ଡିସିପି ଅନୁମତି ଦେବେ। ଗାଡ଼ି ପାଇଁ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଡିଓ ଅନୁମତି ଦେଇପାରିବେ। ସେହିପରି ଜିଲା ପରିଷଦ ସଭ୍ୟ ପାଇଁ ଉପଜିଲାପାଳ ଅନୁମତି ଦେବେ ବୋଲି ରାଜ୍ୟ ନିର୍ବାଚନ କମିଶନ ଜିଲାପାଳମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.