ଦ୍ୱିତୀୟ ଡୋଜ୍ ପରେ ‘କୋରବେଭାକ୍ସ’ କୁ ବୁଷ୍ଟର ଡୋଜ ଭାବରେ ନେଇ ହେବ : କେନ୍ଦ୍ର

30

ବାୟୋଲୋଜିକାଲ – ଇ- କମ୍ପାନୀର କରବେଭାକ୍ସ ଟିକା କୁ ବୁଷ୍ଟର ଡୋଜ ଭାବରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଏହି ବୁଷ୍ଟର ଡୋଜ ୧୮ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଦିଆଯିବ I ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି ।
କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେବା ର ୬ ମାସ ମଧ୍ୟରେ କରବେଭାକ୍ସ ଟିକା କୁ ପ୍ରିକସନ ଡ଼ୋଜ ଭବରେ ନିଆଯାଇ ପାରିବ I ଦିଆଯାଇପାରେ | ଭାରତରେ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଜୁନ ୪ ତାରିଖ ଦିନ ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ ଏବଂ ସେମାନେ କୋଭାକ୍ସିନ୍ କିମ୍ବା କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି , ସେମାନଙ୍କୁ ୬ ମାସ କିମ୍ବା ୨୬ ସପ୍ତାହ ପରେ କରବେଭାକ୍ସ ଟିକା କୁ ବୁଷ୍ଟର ଡୋଜ ଭାବରେ ଦିଆଯାଇ ପାରିବ I ଟୀକାକରଣ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏ ବିଷୟରେ ଅବଗତ କରାଇବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରା ମାର୍ଶ ଦେଇ ସାରିଛି । ବାୟୋଲଜିକାଲ-ଇ ଡିସିଜିଆଇଙ୍କ ନିକଟରେ ତାଙ୍କର ପରୀକ୍ଷଣ ତଥ୍ୟ ଉପସ୍ଥାପନ କରିଥିଲେ। ହେଟ୍ରୋଲୋଗସ୍ ବିଶେଷଜ୍ଞ କମିଟିଙ୍କ ବିସ୍ତୃତ ବିଚାରବିମର୍ଷ ଓ ମୂଲ୍ୟାୟନ ପରେ ଟିକା ଲାଗି ସେମାନଙ୍କ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Comments are closed, but trackbacks and pingbacks are open.