ସରିଲା ପୌର ପ୍ରଚାର, ଡୋର ଟୁ ଡୋର ବୁଲି ନେତାଙ୍କ କ୍ୟାମ୍ପେନିଙ୍ଗ

19

ଆଜି ପୌର ନିର୍ବାଚନ ପ୍ରଚାର ର ଶେଷ ସନ୍ଧ୍ୟା I ତେଣୁ ଆଜି ସମସ୍ତ ପୌରାଞ୍ଚଳ ଗୁଡିକରେ ନିର୍ବାଚନ ପ୍ରଚାର ଜୋର ଧରିଛି ଇସେହିଭଳି ରାଜଧାନୀ ର ରାଜରାସ୍ତା ପ୍ରଚାର ରାଲି ଓ ବାଇକ ରାଲିରେ ମୈଦାନ କମ୍ପି ଥିଲା I ଏହା ପରେ ପୌର ଭୋଟ୍ ହାତେଇବା ପାଇଁ ନେତା ଓ ପ୍ରାର୍ଥୀ ଡୋର ଡ଼ୁ ଡୋର୍ କ୍ୟାମ୍ପେନ କରୁଛନ୍ତି । କେମିତି ଲୋକଙ୍କ ପାଖରେ ପହଞ୍ଚିବେ ସେନେଇ ପ୍ରାର୍ଥୀ ଚେଷ୍ଟା ଚଳାଇଛନ୍ତି । ନିଜ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ମିଠା କଥା କହି ମନାଉଛନ୍ତି ।
ଆସନ୍ତା ୨୪ ତାରିଖ ଗୁରୁବାର ଦିନ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ବିଜ୍ଞାପିତ ପରିଷଦ ଅଂଚଳର ମୋଟ ୪୩୭୩ଟି ବୁଥରେ ୪୦.୫୫ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ଭୁବନେଶ୍ୱରରେ ମେୟର ପଦବୀ ପାଇଁ ଲଢୁଛନ୍ତି ୧୨ ଜଣ ପ୍ରାର୍ଥୀ । କିନ୍ତୁ ମଇଦାନରେ ପ୍ରକୃତ ଲଢେଇ ହେଉଛି ୩ ଦଳର ମେୟର ପ୍ରାର୍ଥୀଙ୍କ ଭିତରେ I ୩ ଦଳର ନଜରରେ ଅଛନ୍ତି ଭୁବନେଶ୍ୱରର ବସ୍ତି ବାସିନ୍ଦା I
ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ପୌର ନିର୍ବାଚନରେ ମୋଟ ୫୬୯ଜଣ ପ୍ରାର୍ଥୀ ମେୟର ଓ ଅଧ୍ୟକ୍ଷ ପଦବୀ ଏବଂ ୫୮୪୨ଜଣ ପ୍ରାର୍ଥୀ କର୍ପୋରେଟର/କାଉନସିଲର ପଦବୀ ନିମନ୍ତେ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ।ମୋଟ ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୩ଟି ପୌରାଂଚଳରେ ୩ଟି ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ତେଣୁ ଏସବୁ ଆସନ ବ୍ୟତୀତ ବାକି ଆସନଗୁଡ଼ିକରେ ମତଦାନ ହେବ ।

ସେହିପରି ଆଜି ସଂଧ୍ୟା ୫ଟାରୁ ୨୬ତାରିଖ ପର୍ଯ୍ୟନ୍ତ କୌଣସି ମଦ ଦୋକାନ, ରେସ୍ତୋରାଁ, ହୋଟେଲ, ତାରକା ହୋଟେଲ, କ୍ଲବରେ ମଦ ବିକ୍ରି ହୋଇପାରିବନି ବୋଲି ‘ଡ୍ରାଏ ଡେ’ ଘୋଷଣା କରାଯାଇଛି

Comments are closed, but trackbacks and pingbacks are open.