ବିଏମ୍ସିର ପ୍ରତିଶୃତି ପରେ ଗେଟ ସମ୍ମୁଖରୁ ଉଠିଲେ ଆନ୍ଦୋଳନରତ ଭିନ୍ନକ୍ଷମ ବ୍ୟବସାୟୀ

16

ଭୁବନେଶ୍ୱର;୨୫/୮:- ବିଏମ୍ସି ଗେଟ ସମ୍ମୁଖରୁ ଉଠିଲେ ଆନ୍ଦୋଳନରତ ଦିବ୍ୟାଙ୍ଗ ବ୍ୟବସାୟୀ I ୫ ଦିନ ଧରି ଆନ୍ଦୋଳନ କରିବା ପରେ ବିଏମ୍ସି ଦାବି ପୁରାଣ କରିଛି I ଦାବି ପୂରଣ ପରେ ଧାରଣାରୁ ହଟିଲେ ଦିବ୍ୟାଙ୍ଗ ବ୍ୟବସାୟୀ । ମାର୍କଟେ ବିଲ୍ଡିଂରୁ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ବିଏମସି ହଟାଇବା ପରେ ରୋଜଗାର ହରାଇଥିଲେ ୨୩ ଜଣ ଦିବ୍ୟଙ୍ଗ । ତେଣୁ ବ୍ୟବସ୍ଥାୟ ପାଇଁ ସ୍ଥାନ ଯୋଗାଇଦେବା ଦାବିରେ ୫ ଦିନ ହେବ ଧାରଣା ଦେଇଥିଲେ ।

ଆଜି ବିଜେପି ଜିଲା ସଭାପତି ବାବୁ ସିଂ, ବଡ଼ଗଡ଼ ଥାନା ଆଇଆଇସି ଓ ୪୦ ନମ୍ବର ୱାର୍ଡ କର୍ପୋରେଟର କମିଶନରଙ୍କ ସହ ଆଲୋଚନା କରିବା ପରେ ବାହାରିଛି ନିଷ୍କର୍ଷ । ୨୩ ଜଣ ଦିବ୍ୟଙ୍ଗ ବ୍ୟବସାୟୀଙ୍କୁ ୩ ମାସ ପରେ ଭେଣ୍ଡିଂ ଜୋନ୍ ଯୋଗାଇଦିଆଯିବ। ୩ ମାସ ଯାଏ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ବସି ବେପାର କରିପାରିବେ ଏହି ଦିବ୍ୟାଙ୍ଗ । ଏଭଳି ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଛନ୍ତି ଦିବ୍ୟାଙ୍ଗ ବ୍ୟବସାୟୀ ।

ସୂଚନାନୁସାରେ ନିଜ ଉଦ୍ୟମରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ରେ ୨୦ବର୍ଷରୁ ଉର୍ଦ୍ଧ୍ବ ହେବ ୨୩ଜଣ ଭିନ୍ନକ୍ଷମ ବ୍ୟବସାଇ ବସି ଇୟରବଡ଼, ନେଲ କଟର, ସେପ୍ଟିପିନ, ଗନ୍ଧକର୍ପୁର ଭଳି ଜିନିଷ ବିକି ପରିବାର ପୋଷି ନିଜେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଉଦ୍ୟମ କଲାବେଳେ ଭୁବନେଶ୍ୱର ମହାନଗର ନିଗମ ସେମାନଙ୍କୁ ବ୍ୟବସାୟ କରିବାକୁ ନଦେଇ ତାଙ୍କୁ ସେଠାରୁ ଉଚ୍ଛେଦ କରିଥିଲା। ଏଣୁ ଏମାନେ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟଳୟ ସମ୍ମୁଖରେ ୫ ଦିନ ହେବ ଧାରଣା ରେ ବସିଥିଲେ I ଆଜି ବିଏମ୍ସି ର ଉଚ୍ଚକର୍ତ୍ତୃପକ୍ଷ ପ୍ରମୋଦ କୁମାର ପୃଷ୍ଠି ,ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ,ବଡ଼ଗଡ଼ ଥାନା ଆଇ. ଆଇ.ସି ଙ୍କ ଉପସ୍ଥିତରେ ଲିଖିତ ଭାବେ ପ୍ରତିଶ୍ରୁତି ଦେଲେ ୨୩ ଜଣ ଭିନ୍ନକ୍ଷମ ବ୍ୟବସାୟୀ ଙ୍କୁ ୩ମାସ ମଧ୍ୟରେ ଭୁବନେଶ୍ୱର ରେ ଭେଣ୍ଡିଂ ଯୋନ ଯୋଗାଇ ଦିଆଯିବ ସେ ସେମାନେ ପୁରୁଣା ବସ ଷ୍ଟାଣ୍ଡ ରେ ବ୍ୟବସାୟ କରିପାରିବେ।ଏହା ପରେ ଆନ୍ଦୋଳନ ରତ ଭିନ୍ନକ୍ଷମ ବ୍ୟବସାଇ ଆନ୍ଦୋଳନରୁ ଉଠିଥିଲେ ଓ ସେମାନେ ଏଥିପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ଶ୍ରୀ ସିଂ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.