ଆମେରିକା ରୁ ଫେରି କମଲ ହାସନ ହେଲେ କରୋନା ସଂକ୍ରମିତ :ଟ୍ୱିଟ କରି ସୂଚନା ଦେଲେ

18

ତାମିଲ ସୁପରଷ୍ଟାର କମଲ ହାସନ କରୋନା ପଜିଟିଭ୍ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ସେ ଆମେରିକା ଯାଇ ଆମେରିକା ରିଥିଲେ। ଆମେରିକାର ସେ ନିଜର କପଡ଼ା ବ୍ରାଣ୍ଡ କମଲ୍ସ ହାଉସ୍ ଅଫ୍ ଖଦଡ଼ ଲଞ୍ଚ କରିବା ପରେ ସେ ଭାରତ ଫେରିଥିଲେ। ଏବେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କମଲ ତାମିଲ୍‌ରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍‌ରେ ଲେଖିଛନ୍ତି ” ମୁଁ ଆମେରିକା ଫେରିବା ପରେ ମୋ ସାମାନ୍ୟ କାସ ହେଉଥିଲା। ଯେତେବେଳେ ମୁଁ କରୋନା ଟେଷ୍ଟ କରାଇଲି ସେତେବେଳେ ମୋ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଲା। ମୁଁ ଚେନ୍ନାଇରେ ଏକ ହସ୍‌ପିଟାଲ୍‌ରେ କ୍ୱାରେଣ୍ଟିନ୍‌ରେ ରହିଛି। ଲୋକମାନେ ଏହା ଅନୁଭବ କରିବା ଦରକାର ଯେ କୋଭିଡ୍ ଏପର୍ଯ୍ୟନ୍ତ ଯାଇନି। ତେଣୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ନିହାତି ଦରକାର।”

Leave A Reply

Your email address will not be published.