ପୁରୀ ପରେ ଭୁବନେଶ୍ୱର ରେ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ଜୋରଦାର ବିରୋଧ

19

ନିଜକୁ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ଯକ୍ଷାନନ୍ଦ ଦେବତୀର୍ଥ ଶଙ୍କରାଚାର୍ଯ୍ୟଙ୍କୁ ପୁରୀରେ ଜୋରଦାର ବିରୋଧ । ପୁରୀ ପରେ ଭୁବନେଶ୍ୱର ଲିଙ୍ଗରାଜରେ ବି ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ବିରୋଧ । ଲିଙ୍ଗରାଜ ମନ୍ଦିରରେ ସେ ପହଞ୍ଚିବା ପରେ ନିଜକୁ ଶଙ୍କରାଚାର୍ଯ୍ୟ ବୋଲି ପରିଚୟ ଦେଇଥିଲେ । ତାଙ୍କୁ ବିରୋଧ କରିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ବୋଲି କହୁଥିବା ମାତୃପ୍ରସାଦ ମିଶ୍ର । ଏହାପୂର୍ବରୁ ପୁରୀ ଯିବା ବେଳକୁ ବି ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା । ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦର୍ଶାଇ ଅଧକ୍ଷାନନ୍ଦ ଦେବତୀର୍ଥ ନାମକ ଜଣେ ବ୍ୟକ୍ତି ସୁରକ୍ଷା ଯୋଗାଇ ଦେବାକୁ ରେଳବାଇ ପୁଲିସକୁ ଚିଠି ଲେଖିଥିଲେ ।
ଆଜି ସକାଳୁ ପ୍ରଥମେ ପୁରୀ ପହଁଚିବା ପରେ, ରେଳ ଷ୍ଟେସନରେ ତାଙ୍କୁ ପ୍ରବଳ ବିରୋଧ କରିଥିଲେ ଆଦିତ୍ୟବାହିନୀର ସଦସ୍ୟ । ଦେବତୀର୍ଥଙ୍କୁ ନକଲି ଶଙ୍କରାଚାର୍ଯ୍ୟ କହି ତାଙ୍କୁ ବିରୋଧ କରାଯାଇଛି । ଏହି ସମୟରେ ଷ୍ଟେସନରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ବଢ଼ୁଥିବାବେଳେ ଜିଆରପିଏଫ ଓ ପୁରୀ ପୁଲିସ ମିଳିତ ସୁରକ୍ଷା ଦେଇ ତାଙ୍କୁ ସହର ବାହାରେ ଥିବା ବେଲେଶ୍ୱର ଆଶ୍ରମକୁ ପଠାଇ ଦେଇଛନ୍ତି ।
ଅନ୍ୟପଟେ ଆଦିତ୍ୟବାହିନୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ଏନେଇ ଜିଆରପି ଓ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦେବତୀର୍ଥ ପୂର୍ବରୁ ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ କହି ବିବାଦ ଭିତରକୁ ଆସିଥିଲେ । ୧୯୯୬ରୁ ୨୦୦୦ ଏହି ବିବାଦ ଉଗ୍ରରୂପ ନେଇଥିଲା । ହାଇକୋର୍ଟରେ ମାମଲା ହୋଇଥିଲା । ସେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ହୋଇନଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତାପରେ ତାଙ୍କୁ ଜିଲ୍ଲା ବାହାରକୁ ତଡିପାର କରାଯାଇଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ସେ ପୁଣି ପୁରୀ ଫେରିବା ପରେ ବିବାଦ ମୁଣ୍ଡ ଟେକିଛି । ତେବେ ଧର୍ମ ପ୍ରଚାର କରିବାକୁ ଆସିଥିବା କହିଛନ୍ତି ଦେବତୀର୍ଥ ।

Comments are closed, but trackbacks and pingbacks are open.