ଦୁଷ୍କର୍ମ ପରେ ଫିଙ୍ଗି ଦେଲେ କୋଇଲା ଭାଟିରେ

77

ଭୁବନେଶ୍ୱର: ମଣିଷର ପାଶବିକ ପ୍ରବୃତ୍ତି ଏପରି ବି ହୋଇ ହୋଇପାରେ ଭାବିଲେ ଲୋମ ଟାଙ୍କୁରୀ ଉଠୁଛି । ଏଭଳି ଏକ ଘଟଣା ଘଟିଛି ରାଜସ୍ଥାନ ଭିଲୱାଡାରେ ଯାହା ପୁରା ସମାଜରେ ନାରୀର ସୁରକ୍ଷା ପ୍ରତି ପୁଣି ଥରେ ବଡ ପ୍ରଶ୍ନ ଛିଡା କରିଛି ।

ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ବି ଶାନ୍ତି ହୋଇନଥିଲେ ଦୁର୍ବୃତ୍ତ । ନିଜର ପାଶବିକତାକୁ ଲୁଚାଇବାକୁ ଯାଇ ନାବାଳିକାକୁ ଭାଟି ନିଆଁରେ ପକାଇଦେଲେ । ତା ପରେ ବି ତା’ର ଅଧାପୋଡା ଶରୀରକୁ କାଟି ପାଖ ଏକ ଜଳାଶୟରେ ପିଙ୍ଗିଦେଲେ । ଏହି ଘଟଣା ଜଣାପଡିବା ପରେ ଏବେ ଭିଲୱାଡାରେ ଦେଖିବାକୁ ମିଳିଛି ଜନ ଆକ୍ରୋଶ । ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ସହ ପୀଡିତାଙ୍କ ପରିବାରକୁ ଉଚିତ କ୍ଷତିପୂରଣ ସହ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପାଇଁ ଦାବି କରିଛନ୍ତି ଉଭୟ ଗୁର୍ଜର ସମ୍ପ୍ରଦାୟ ଓ ବିଜେପି ନେତା ।

ସୂଚନା ମୁତାବକ, ଭିଲୱାଡା ଜିଲ୍ଲା କୋବଡି ଥାନା ଅଞ୍ଚଳରେ ଜଣେ ନାବାଳିକା ଛେଳି ଚରାଇବାକୁ ଯାଇଥିଲା । ସେଠାରେ କୋଇଲା ଭାଟିରେ କାମ କରୁଥିବା ୩ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ନାବାଳିକାର ମୁଣ୍ଡକୁ ଆଘାତ ଦେଇଥିଲେ । ଫଳରେ ଚେତାଶୂନ୍ୟ ହୋଇଯାଇଥିଲା ନାବାଳିକା । ସେହି ପରିସ୍ଥିତିରେ ନାବାଳିକାକୁ କୋଇଲା ଭାଟିକୁ ଫିଙ୍ଗିଦେଇଥିଲେ । ଫଳରେ ଜୀବନ ଥାଉ ଥାଉ ପୋଡିଯାଇଥିଲା ନାବାଳିକା ।

କୌଣସି ପ୍ରମାଣ ନରଖିବାକୁ ଅର୍ଦ୍ଧଦଗ୍ଧ ଶରୀରକୁ କାଟି ତାକୁ ୧୦୦ ମିଟର ଦୂରରେ ଥିବା ପୋଖରୀରେ ପିଙ୍ଗିଦେଇଥିଲେ । ଝିଅ ଘରକୁ ନଫେରିବାରୁ ଅନେକ ଖୋଜାଖୋଜି କରିଥିଲେ ଘର ଲୋକ । ସନ୍ଦେହ ହେବାରୁ କୋଇଲା ଭାଟି ତଲାସିଥିଲେ ସେଥିରୁ ଝିଅର ଚପଲ, ହାତର କଡା ଓ ହାତର ହାଡ ପାଇଥିଲେ । ଏହାପରେ ପୁଲିସକୁ ଖବର ଦେବାରୁ ଆରମ୍ଭ ହୋଇଥିଲା ତନାଘନା ।

ଶେଷରେ ଧରାପଡିଥିଲେ ଅଭିଯୁକ୍ତ । ଏମାନେ ସମସ୍ତେ ସେହି କୋଇଲା ଭାଟିରେ କାମ କରୁଥିଲେ । ତେବେ ଏହି ଘଟଣାରେ ସେମାନଙ୍କ ସେମାନଙ୍କ ପତ୍ନରମାନେ ମଧ୍ୟ ସହଯୋଗ କରିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.