ଇଡିରେ ପ୍ରଫୁଲ ହାଜରେ ହେବା ପରେ ଏବେ ପୁଅ ପ୍ରୟାସକାନ୍ତିଙ୍କ ପାଳି!

50

ଭୁବନେଶ୍ୱର: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତକୁ ଜୋରଦାର କରିଛି। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ଅଧିକାରୀମାନେ ୮ ଘଣ୍ଟା ଧରି ଜେରା କରିଛନ୍ତି। ଗତକାଲି ଏହି ଜେରା ପରେ ଏବେ କୁଆଡେ ଡାଙ୍କ ପୁଅ ପ୍ରୟାସକାନ୍ତି ସାମଲ ହାଜର ହେବେ ବୋଲି ଜଣାପଡ଼ିଛି। କାରଣ ଏହି ମାମଲାରେ ଉଭୟଙ୍କୁ ସମନ କରିଛି ଇଡି।

ଇଡି କାର୍ଯ୍ୟାଳୟରୁ ବାହାରି ପ୍ରଫୁଲ ସାମଲ ଗଣମାଧ୍ୟମକୁ କହିଛନ୍ତି, ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଇଡି ଯେଉଁ ପ୍ରଶ୍ନ ପଚାରଛି ତାର ଉତ୍ତର ଦେଇଛନ୍ତି ବୋଲି ସେ କହିଛନ୍ତି।

ଇଡି ପୂର୍ବରୁ ଉଭୟ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଫେବ୍ରୁଆରି ୨୮ରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲା। କିନ୍ତୁ ୨୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ପୁଅ ପ୍ରୟାସକାନ୍ତି ଗତକାଲି ହାଜର ହୋଇନଥିବାରୁ ଖୁବଶୀଘ୍ର ସେ ମଧ୍ୟ ହାଜର ହେବେ ବୋଲି କୁହାଯାଉଛି।

ଜମି କିଣିବା ଓ ବିଳାସପୂର୍ଣ୍ଣ କାର୍ କିଣିବା ପାଇଁ କଲେଜ ପାଣ୍ଠିର ଅପବ୍ୟବହାରକୁ ନେଇ ଇଞ୍ଜିନିୟରିଂ କଲେଜର କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୂର୍ବରୁ ପ୍ରଫୁଲ ସାମଲ ଓ ତାଙ୍କ ପୁଅ ବରପଦା ଇଞ୍ଜିନିୟରିଂ କଲେଜରେ କୋଟି କୋଟି ଟଙ୍କାର ଦୁର୍ନୀତି କରିବା ସହ ଛାତ୍ରଛାତ୍ରୀଙ୍କ ଫି’ରୁ ଆଦାୟ ହୋଇଥିବା ଅର୍ଥକୁ ଭୁବନେଶ୍ବରରେ ଜମି ଓ ଫ୍ଲାଟ୍ ଅଧିଗ୍ରହଣ ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଗତ ଫେବ୍ରୁଆରି ୧୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଦ୍ରକ ସହରର ୬ଟି ଓ ଭୁବନେଶ୍ବରର ୪ଟି ସ୍ଥାନ ସମେତ ପ୍ରଫୁଲ ସାମଲଙ୍କ ସହ ଜଡ଼ିତ ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା।

Comments are closed, but trackbacks and pingbacks are open.