ଧନୁତୀର ଗଲା ପରେ ଉଦ୍ଧବଙ୍କୁ ଝାଡୁ ଭରସା !

19

ଏକାଠି ହେଲେ ଉଦ୍ଧବ କେଜ୍ରିୱାଲ ! ଉଦ୍ଧବଙ୍କ ସହିତ ମେଣ୍ଟ କରିବେ କେଜ୍ରିୱାଲ ! ସରଗରମ ହେଉଛି ରାଜନିତୀ । ବଦଳୁଛି ରାଜନୈତିକ ମୋଡ । ୨୪ ପୂର୍ବରୁ ଆରମ୍ଭ ହୋଇଛି ଦଳ ଡିଆଁ ରାଜନୀତି । ଚିହ୍ନ ଚାଲିଗଲା ପରେ ଏକାଠି ହେଲେ ଉଦ୍ଧବ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଶୁକ୍ରବାର ଦିନ ମୁମ୍ବାଇରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

ଏହି ଅବସରରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକ୍‌ରେ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ହୋଇଥିଲା । ଏହାପରେ ଉଦ୍ଧବ ଓ କେଜ୍ରିୱାଲ ଗଣମାଧ୍ୟମକୁ ମିଳିତ ଭାବେ କହିଥିଲେ ଯେ କେନ୍ଦ୍ର ସରକାର ଦେଶକୁ ପୁଂଜିପତିଙ୍କ ନିକଟରେ ବନ୍ଧା ପକାଇ ଦେଇଛନ୍ତି ଏବଂ ଏଥିରେ ପରିବର୍ତ୍ତନ ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ ।

ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା କେତେ କାମ ଦେଉଛି କେଜ୍ରିୱାଲ ଉଦ୍ଧବଙ୍କ ନୂଆ ରଣନୀତି ।ding

Comments are closed, but trackbacks and pingbacks are open.