ଦୂତୀ ଚାନ୍ଦଙ୍କ ପରେ ଏବେ ହିମା ଦାସଙ୍କୁ ବଡ଼ ଝଟକା

28

ଡୋପ ଟେଷ୍ଟରେ ଧରା ପଡିଲେ ହିମା ଦାସ । ହିମା ଦାସଙ୍କୁ ଲାଗିଲା ବଡ଼ ଝଟକା । ଡୋପ ଟେଷ୍ଟରେ ବିଫଳ ହୋଇ କ୍ରୀଡ଼ାରୁ ବାସନ୍ଦ l ହିମାଙ୍କୁ ନିଲମ୍ବନ କଲା ରାଷ୍ଟ୍ରୀୟ ଡୋପିଙ୍ଗ ନିରୋଧକ ଏଜେନ୍ସି (ନଡା) । ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ପ୍ରାୟ ଆଗାମୀ ବର୍ଷେ ଯାଏଁ ସେ କୌଣସି କ୍ରୀଡାରେ ଭାଗ ନେଇ ନ ପାରନ୍ତି । ତାଙ୍କୁ ସାମୟିକ ବାସନ୍ଦ କରାଯାଇଥିବା ସୂଚନା ମିଳିଛି ।

ସେ ବର୍ଷେ ମଧ୍ୟରେ ୩ ଥର ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ତେବେ କେଉଁ କାରଣକୁ ବାସନ୍ଦ କରାଯାଇଛି ନଡ଼ା ପକ୍ଷରୁ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । କାରଣ ଯାହା ବି ହେଉ ନା କାହିଁକି ସେ ହିମାଙ୍କୁ ଦୁଇ ବର୍ଷ ବାସନ୍ଦ ହେବାକୁ ପଡିବ ବୋଲି କହିଥିଲେ । ତେବେ ପରେ ଏହି ଅବଧି କମି ବର୍ଷେ ହୋଇପାରେ ବୋଲି ମଧ୍ୟ କୁହା ଯାଇଛି l

ହିମା ନିଦ୍ଦିଷ୍ଟ ଭାବେ କେଉଁଠି ଓ କେତେବେଳେ ନିୟମ ଉଲ୍ଲଂଘନ କଲେ, ସେ ସମ୍ପର୍କରେ ସ୍ପଷ୍ଟତା ଆସି ନାହିଁ । ହିମା ପୂର୍ବରୁ ଆହତ ହୋଇ ଦୀର୍ଘ ଦିନ ହେବ ସେ ଜାତୀୟ ଶିବିରରେ ନାହାନ୍ତି । ତେଣୁ ତାଙ୍କୁ ଏସୀୟ କ୍ରୀଡା ପାଇଁ ଜାତୀୟ ଦଳରେ ସାମିଲ କରାଯାଇନଥିଲା । ଜାକର୍ତ୍ତାରେ ଖେଳାଯାଇଥିବା ୪୦୦ ମିଟର ରିଲେ, ୪୦୦ ମିଟର ମିକ୍ସଡ୍‌ ରିଲେରେ ସ୍ୱର୍ଣ୍ଣ ଓ ରୌପ୍ୟ ହାସଲ କରିଥିଲେ ହିମା ଦାସ ।

କିଛି ଦିନ ପୂର୍ବରୁ ଡୋପ୍ ଟେଷ୍ଟରେ ଫେଲ ମାରିଥିଲେ ଦୂତି ଚାନ୍ଦ । ୨୦୨୭ ଯାଏଁ ସେ ଖେଳି ପାରିବେନି । ଦୂତିଙ୍କ ଉପରେ ୪ ବର୍ଷ ବ୍ୟାନ୍ । ଦଣ୍ଡାଦେଶ ଚଳିତ ବର୍ଷ ଅର୍ଥାତ୍ ୨୦୨୩ ଜାନୁଆରୀ ୩ ତାରିଖରୁ ଲାଗୁ ହୋଇଛି । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି । ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ ଟେଷ୍ଟରେ ଦୂତି ଚାନ୍ଦ ଫେଲ୍‌ ମାରିଥିଲେ । ଦୂତିଙ୍କୁ ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍ ନିୟନ୍ତ୍ରକ ଅଧିକାରୀ ଭୁବନେଶ୍ବରରେ ଦୁଇଥର ପରୀକ୍ଷା ହୋଇଥିଲା। । ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍ , ଓଷ୍ଟାରିନ୍ ଓ ଲିଗାଣ୍ଡ୍ରୋଲ୍ ଆସିଥିଲା ବେଳେ ଦ୍ବିତୀୟ ନମୁନାରେ ଆଣ୍ଡାରିନ୍ ଓ ଓଷ୍ଟାରିନ୍ ଥିବା ସ୍ପଷ୍ଟ ହୋଇଥିଲା।

Comments are closed, but trackbacks and pingbacks are open.