୯୦ରୁ ୯୧ ଦିନ ହେଲେ ପୁଣି ଆନ୍ଦୋଳନ

20

ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ । ଆନ୍ଦୋଳନ ପ୍ରତ୍ୟାହାର କଲା ଡ୍ରାଇଭର ମହାସଂଘ ।୯୦ରୁ ୯୧ ଦିନ ହେଲେ ପୁଣି ଆନ୍ଦୋଳନ ଚେତାବନୀ । ନବୀନ ନିବାସ ଆଗରେ ଆତ୍ମାହୁତି ଦେବାକୁ ଧମକ
ଲଗାତାର ୩ ଦିନ ଧରି ଅଖ ଚକ ଜାମ କରିଥିବା ଓଡିଶା ଡ୍ରାଇଭର ମହାସଂଘ ଶେଷରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛି । ଜନସାଧାରଣଙ୍କ ଅସୁବିଧା ଆଉ ସରକାରଙ୍କ ଅନୁରୋଧକୁ ସମ୍ମାନ ଦେଇ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଓଡିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି । ତା ସହ ସମସ୍ତ ଓଡିଶାବାସୀଙ୍କୁ ସେ କ୍ଷମା ମାଗିଛନ୍ତି ।

ସହଯୋଗ କରିଥିବାରୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ଅପିଲକୁ ସମ୍ମାନ ଜଣାଇ ଧାରଣାରୁ ଓହରିଥିବା ମହାସଂଘ ସଭାପତ କହିଛନ୍ତି । ସଂଘର ପ୍ରତିବାଦ କାରଣରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ ବିଭିନ୍ନ ସ୍ଥାନରେ ଗାଡିମୋଟର ଅଟକି ରହିଥିଲା । ସେହିଭଳି ରାଜ୍ୟରେ ପେଟ୍ରୋଲ ପମ୍ପରେ ମଧ୍ୟ ଲୋକଙ୍କ ଭିଡ ଜମିଥିଲା । ତେଣୁ ରାଜ୍ୟବାସୀ ଏହି ଅସୁବିଧା ପାଇଥିବାରୁ ସେ କ୍ଷମା ମାଗିଛନ୍ତି । ସେ ଆହୁରି କହିଛନ୍ତି, ସମସ୍ତଙ୍କୁ ସମୟ ଦେବା ଦରକାର । ସରକାର କେବେ ଆମ ପାଇଁ କିଛି କରିନଥିଲେ, ତେଣୁ କିଛି କରିବା ପାଇଁ ୩ମାସ ସମୟ ନେଇଛନ୍ତି । ତେଣୁ ଏହି ସମୟକୁ ଆମେ ଗ୍ରହଣ କରିଛୁ । ଯଦି ୯୦ରୁ ୯୧ ଦିନ ହେଲା ଆମେ ପୁଣି ଆନ୍ଦୋଳନ କରିବୁ । ନହେଲେ ନବୀନ ନିବାସ ଆଗରେ ଆମେ ଆତ୍ମାହୂତି ଦେବୁ । ସରକାର ଆମକୁ ହାଲକାରେ ନେଇଥିଲେ ଏଥର ଆମକୁ ଗୁରୁତ୍ୱ ଦେବେ ।

ତେବେ ଗତକାଲି ମୁଖ୍ୟ ଶାସନ ସଚିବ ୩ ମାସ ସମୟ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଲଗାତାର ୩ ଦିନ ଧରି ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି ଓଡିଶା ଡ୍ରାଇଭର ମହାସଂଘ ।୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଥିଲେ ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‌ସନ୍‌, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଥିଲା ମହାସଂଘ ।

Comments are closed, but trackbacks and pingbacks are open.