୩ ଦିନ ପରେ ବନ୍ଦ ଘରୁ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍ ଟିମର ତଦନ୍ତ

59

ଭୁବନେଶ୍ବର : ବନ୍ଦ ଘରୁ ଉଦ୍ଧାର ହେଲା ସ୍ବାମୀ-ସ୍ତ୍ରୀଙ୍କ ଗଳିତ ମୃତଦେହ । ତିନି ଦିନ ଧରି ମୃତଦେହ ପଡିରହିଥିବା ସୂଚନା ମିଳିଛି । ନବରଙ୍ଗପୁର ଥାନା କୁନ୍ଦେଇଥାନା ଅଧୀନ ଆମାଡୋଲା ଗାଁରେ ଘଟିଛି ଘଟଣା । ଆଜି ସକାଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି । ଏହି ଦମ୍ପତିଙ୍କ କେବେ ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ କିମ୍ବା ସେମାନଙ୍କ ମୃତ୍ୟୁ କିଭଳି ଓ କ’ଣ ପାଇଁ ହୋଇଛି ତାହାର କାରଣ ମଧ୍ୟ ଜଣାପଡ଼ି ନାହିଁ। ପୋଲିସ ଦମ୍ପତିଙ୍କ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦମ୍ପତିଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

Comments are closed, but trackbacks and pingbacks are open.