ଛାଡ଼ପତ୍ରର ୨୭ ବର୍ଷ ପରେ ନୀରବତା ଭାଙ୍ଗିଲେ ଆଦ୍‌ନାନ୍‌ଙ୍କ ପୂର୍ବ ପତ୍ନୀ ଜେବା

23

ମୁମ୍ବ‌ାଇ: ଖୁବ୍‌ ସୁନ୍ଦର ସୁନ୍ଦର ଗୀତ ପାଇଁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଆଦ୍‌ନାନ୍‌ ସାମୀ ବେଶ୍‌ ପରିଚିତ। ସେ ‌ଏବେ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଆଦ୍‌ନାନ ସାମୀଙ୍କ ପୂର୍ବ ପତ୍ନୀ ତଥା ଅଭିନେତ୍ରୀ ଜେବା ବାଖ୍‌ତିଆର କଣ୍ଠଶିଳ୍ପୀଙ୍କ ସହ ନିଜ ଛାଡ଼ପତ୍ରକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି।

ଆଦ୍‌ନାନ୍‌ ଜେବାଙ୍କୁ ୧୯୯୩ ମସିହାରେ ବିବାହ କରିଥିଲେ। ୧୯୯୬ ମସିହାରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଇଥିଲେ। ନିକଟରେ ଏକ ସାକ୍ଷାତ୍‌କାର ଦେଇ ଛାଡ଼ପତ୍ରର ୨୭ ବର୍ଷ ପରେ ବଡ଼ ଖୁଲାସା କରିଛନ୍ତି ଆଦ୍‌ନାନ୍‌ଙ୍କ ପୂର୍ବ ପତ୍ନୀ। ଜେବା କହିଛନ୍ତି ଯେ ଅଦ୍‌ନାନଙ୍କୁ ବିବାହ କରିବା ପାଇଁ ସେ ନିଜର ଅଭିନୟ କ୍ୟାରିୟର୍‌ ଛାଡ଼ି ଦେଇଥିଲେ।

ଜେବା ଆହୁରି ବି କହିଛନ୍ତି, ‘ମୋର ଯେବେ ଆଦ୍‌ନାନ୍‌ଙ୍କ ସବ ବିବାହ ହୋଇଥିଲା ତ ମୋତେ କିଛି ସିନେମା କାମ ଶେଷ କରିବାର ଥାଏ। ମୁଁ ସେ ସମୟରେ ଅଭିନୟକୁ ନେଇ ବେଶି ଆଗ୍ରହୀ ନଥିଲି। ଫିଲ୍ମ ପ୍ରଯୋଜନା କରିବାକୁ ଚାହୁଁଥିଲି। ବିବାହର କିଛି ଦିନ ମଧ୍ୟରେ ଆମ ପୁଅ ଅଜାନ ଜନ୍ମନେଲା। ମୁଁ ପରିବାରରେ ବ୍ୟସ୍ତ ହୋଇଗଲି। ହେଲେ ଯେବେ ବିବାହ ଠିକ୍‌ ଭାବେ ଚାଲିଲାନି ତ ପ୍ରଯୋଜନା ଦେବା ଆରମ୍ଭ କଲି। ତେବେ ଛାଡ଼ପତ୍ର ପରେ ମୋ ପୁଅକୁ ପାଇବାକୁ ମୋତେ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପଡ଼ିଥିଲା। ତାହା ମୋ ପାଇଁ ଖୁବ୍ ଯନ୍ତ୍ରଣାଦାୟକ ଦିନ ଥିଲା। ମୋ ମୁଣ୍ଡ ଖରାପ ହୋଇଗଲା ପରି ଲାଗୁଥିଲା। ଈଶ୍ବରଙ୍କ କୃପାରୁ ମୋତେ ଶେଷ‌ରେ ମୋ ପୁଅର କଷ୍ଟଡି ମିଳିଗଲା।’

Comments are closed, but trackbacks and pingbacks are open.