ଆଫଗାନିସ୍ତାନ ମଦ୍ରାସାରେ ଭୟଙ୍କର ବୋମା ବିସ୍ଫୋରଣ; ୧୬ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର

28

କାବୁଲ :ଆଫଗାନିସ୍ତାନର ଏକ ମଦ୍ରାସାରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୬ ଜଣଙ୍କ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏଥିସହ ୨୪ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳର ମଧ୍ୟଭାଗରେ ଅବସ୍ଥିତ ଆଇବାକ ସହରରେ ଏହି ବିସ୍ଫୋରଣ ଘଟିଛି। ଆହତମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଇ ଦିଆଯାଇଛି ।

ତାଲିବାନର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଉତ୍ତର ଆଫଗାନିସ୍ତାନର ଏକ ମଦରାସାରେ ନମାଜ ପାଠ ବେଳେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ସ୍କୁଲ ଛାତ୍ର ଅଛନ୍ତି। ତାଲିବାନର ଗୃହ ମନ୍ତ୍ରାଳୟ ମୁଖପାତ୍ର ଅବଦୁଲ ନଫି ଟାକୋର ମଧ୍ୟ ଏହି ବିସ୍ଫୋରଣକୁ ସ୍ବୀକାର କରିଛନ୍ତି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ କିମ୍ବା ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ଗତବର୍ଷ ଆଫଗାନିସ୍ତାନରୁ ଆମେରିକା ସମର୍ଥିତ ସରକାର ହଟିବା ପରେ ତାଲିବାନ ଏହାକୁ ଦଖଲ କରିନେଇଥିଲା । ଏହାପରେ ଲଗାତର ଭାବେ ଆଫଗାନିସ୍ତାନରେ ବିସ୍ଫୋରଣ ଭଳି ଘଟଣା ଦେଖିବାକୁ ମିଳୁଛି ।

Comments are closed, but trackbacks and pingbacks are open.