ବନ୍ୟା ପାଇଁ ଆରମ୍ଭ ହେଲା ଆଗୁଆ ପ୍ରସ୍ତୁତି

270

ଭୁବନେଶ୍ବର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ  ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ  ୨୦୨୫ ବନ୍ୟା ଋତୁ ପାଇଁ  ପ୍ରସ୍ତୁତି ସମ୍ପର୍କରେ ଏକ ପ୍ରାଥମିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, କ୍ରୟ(ପ୍ରୋକ୍ୟୁରମେଣ୍ଟ) ଏବଂ ମୁଖ୍ୟ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ବନ୍ୟା ଋତୁ ପରିପ୍ରେକ୍ଷୀରେ ଯଥେଷ୍ଟ ପୂର୍ବରୁ ନଦୀବନ୍ଧ ଯାଞ୍ଚ, ମକ୍ ଡ୍ରିଲ୍, ଡ୍ରେନେଜ୍ ବ୍ୟବସ୍ଥାର ସମ୍ପୂର୍ଣ୍ଣ ସଫେଇ ଏବଂ ସବୁ ସ୍ତରରେ ସୁଦୃଢ  ସମନ୍ୱୟ ବ୍ୟବସ୍ଥା ଉପରେ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେବା ସହ ସଂପୃକ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ବିଭିନ୍ନ ମଧ୍ୟମ ଓ ବୃହତ ଜଳ ଭଣ୍ଡାରଗୁଡ଼ିକରେ ଜଳ ପରିଚାଳନା ନିମନ୍ତେ କରାଯାଇଥିବା ମକ୍ ଡ୍ରିଲ୍ ସଂପର୍କରେ ପ୍ରଦର୍ଶିତ କରାଯିବା ସହ ସୂଚନା ଦିଆଯାଇଥିଲା ।

Comments are closed, but trackbacks and pingbacks are open.