କ୍ଷୀର ଅପମିଶ୍ରଣ ବେଳେ ପୋଲିସର ଚଢ଼ାଉ; ମିଶା ଯାଉଥିଲା ଲୁଣ, ପାଉଡର୍ ଓ କେମିକାଲ୍

199

ଆଠଗଡ଼: କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ପୋଲିସକଲା ଚଢ଼ାଉ । କ୍ଷୀର କରୁଥିଲେ ଭେଜାଲ୍। କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର୍‌ ଅଛନ୍ତି। ଘଟଣା ସ୍ଥଳରୁ କ୍ଷୀର ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ସମ୍ବଲପୁରରୁ କଟକର ଏକ କମ୍ପାନୀକୁ ଯାଉଥିବା ବେଳେ ଗାଡିଟି ଧରାପଡ଼ିଛି। ଦଲାଲ ମାନେ ଲୁଣ, ପାଉଡର୍ ଓ କେମିକାଲକୁ କ୍ଷୀରରେ ଅପମିଶ୍ରିତ କରୁଥିବା କୁହାଯାଇଛି ।
ସୂଚନା ଥାଉକି, ପୂର୍ବରୁ ମଧ୍ୟ ଅନେକ ସମୟରେ ଘିଅ, ଖାଇବା ତେଲ, ମସଲାଗୁଣ୍ଡ, ହଳଦୀ ଗୁଣ୍ଡ ତ ପୁଣି କେବେ କେବେ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଖବର ସାମ୍ନାକୁ ଆସିଛି । ଆଉ ଏହାକୁ କିଣି ଖାଉଛନ୍ତି ଲୋକେ । ଫଳରେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । ଏବେ ପୁଣି ନକଲି କ୍ଷୀର ସାମ୍ନାକୁ ଆସିଛି । ଯେଉଁଠି କ୍ଷୀରକୁ ଅତି ପୃଷ୍ଟିକର ଓ ସ୍ୱାସ୍ଥ୍ୟକର ବୋଲି ମନେକରାଯାଏ ସେଥିରେ ବି ମିଶାଯାଉଛି ବିଷ । ଖାଦ୍ୟ ଦଲାଲମାନେ କ୍ଷୀର ପରି ଅମୃତ ଜିନିଷକୁ ବି ଛାଡିନାହାନ୍ତି । ତେବେ ପୋଲିସ ଏହି ଘଟଣାକୁ ନେଇ ଅଧିକ ଖୋଜଖବର ଜାରି ରଖିଛି।

Comments are closed, but trackbacks and pingbacks are open.