ବିଶ୍ୱ ଅର୍ଥନୈତିକ ମଞ୍ଚରୁ ମୋଦୀ ଙ୍କ ଦେଶକୁ ସମ୍ବୋଧନ ,ଜାଣନ୍ତୁ କଣ କହିଲେ ପ୍ରଧାନ ମନ୍ତ୍ରୀ

0 23

ବିଶ୍ୱ ଅର୍ଥନୈତିକ ମଞ୍ଚ (WEF) ଡାଭୋସ ୨୦୨୨ ଶିଖର ସମ୍ମିଳନୀକୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହି ମଞ୍ଚ କୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରିବାବେଳେ ପିଏମ୍ ମୋଦୀ କହିଛନ୍ତି ଯେ ଆମେ କରୋନା କାଳର ଏହି ସମୟକୁ ବିଶ୍ୱ ସଂସ୍କାର ପାଇଁ ବ୍ୟବହାର କରିଛୁ, ଯାହାକୁ ଅର୍ଥନୀତିଜ୍ଞମାନେ ମଧ୍ୟ ସମର୍ଥନ କରୁଛନ୍ତି। ସେ କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଭାରତ ମଧ୍ୟ ଆଗକୁ ବଢୁଛି ଏବଂ କରୋନା ର ଆଉ ଏକଲହର ସହିତ ଲଢେଇ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶ ଆଜି ୭୫ ବର୍ଷର ସ୍ୱାଧୀନତା କୁ ଉତ୍ସାହ ର ସହିତ ପାଳନ କରୁ ଥିବାବେଳେ ୧୬୦ କୋଟି ଟୀକାକରଣ କରିପାରିଥିବାରୁ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି I ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭାରତ ପରି ମଜବୁତ ଗଣତନ୍ତ୍ର, ସାରା ବିଶ୍ୱକୁ ଏକ ସୁନ୍ଦର ଉପହାର ଦେଇଛି । ଏକ ବିଶ୍ୱାସର ଫୁଲତୋଡା ଦେଇଛି । ଏହି ଫୁଲତୋଡାରେ, ଆମ ଭାରତୀୟମାନଙ୍କ ଗଣତନ୍ତ୍ର ଉପରେ ଅଗାଢ ବିଶ୍ୱାସ ରହିଛି । ମୋଦୀ କହିଛନ୍ତି, କରୋନାର ଏହି ସମୟରେ ଭାରତ ‘ୱାନ ଅର୍ଥ, ୱାନ ହେଲଥ’ର ଲକ୍ଷ୍ୟ ନେଇ ଚାଲିବା ସହ, ଅନେକ ଦେଶକୁ ଆବଶ୍ୟକୀୟ ଔଷଧ ଏବଂ ଟିକା ପ୍ରଦାନ କରି କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଉଛି । ଭାରତ ଆଜି ବିଶ୍ୱର ତୃତୀୟ ସର୍ବବୃହତ ଫାର୍ମା ନିର୍ମାତା, ‘ଫାର୍ମାସୀ ଟୁ ୱାଲର୍ଡ’ ହୋଇଛି । ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତରୁ ରେକର୍ଡ ଧରଣର ସଫ୍ଟୱେର ଇଞ୍ଜିନିୟର ବାହାରୁଛନ୍ତି । ୫୦ ଲକ୍ଷରୁ ଅଧିକ ସଫ୍ଟୱେର ଡେଭଲପର୍ସ ଭାରତରେ କାମ କରୁଛନ୍ତି । ୧୦ ହଜାରରୁ ଅଧିକ ଷ୍ଟାର୍ଟ-ଅପ ଗତ ୬ ମାସ ମଧ୍ୟରେ ପଞ୍ଜିକୃତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତ ଇଜ ଅଫ୍ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହିତ କରୁଛି । ସରକାରୀ ହସ୍ତକ୍ଷେପ ହ୍ରାସ ପାଇଛି । ଭାରତ ନିଜର କର୍ପୋରେଟ୍ ଟ୍ୟାକ୍ସ ହାରକୁ ସରଳ କରିଛି, କମ କରି, ଏହାକୁ ଦୁନିଆର ସବୁଠାରୁ ଅଧିକ ପ୍ରତିଯୋଗୀ କରାଇପାରିଛି ।

Leave A Reply

Your email address will not be published.