ନିଶାଖୋର ପୂଜାରୀ,ମନ୍ଦିରରେ ଡ୍ରଗ୍ସ ଟିମ୍‌ର ଚଢ଼ାଉ ପରେ ଗଲେ ନିଶା ନିବାରଣ କେନ୍ଦ୍ର

32

ବ୍ୟାଙ୍କକକ୍ : ଏକ ବୌଦ୍ଧ ମନ୍ଦିରରେ ନିଶାଖାଇ ଚୁର ହେଲେ ସମସ୍ତ ବୌଦ୍ଧ ଭିକ୍ଷୁ I ଥାଇଲାଣ୍ଡରେ ପୋଲିସର ଅନେକ ଚେଷ୍ଟା ସତ୍ତ୍ୱେ ଡ୍ରଗ୍ସର କଳା କାରବାର ଥମିବାର ନାମ ନେଉନାହିଁ। ଥାଇଲାଣ୍ଡ ରେ ହଜାର ହଜାର ସଂଖ୍ୟାରେ ବୌଦ୍ଧ ମନ୍ଦିର ରହିଛି ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ମଧ୍ୟ । କେନ୍ଦ୍ରୀୟ ଥାଇଲାଣ୍ଡରେ ମଧ୍ୟ ଏହିପରି ଏକ ବୌଦ୍ଧ ମନ୍ଦିର ରହିଛି ଯେଉଁଠିକୁ ପ୍ରତିଦିନ ବୌଦ୍ଧ ଧର୍ମାବଲମ୍ୱୀ ଦର୍ଶନ ପାଇଁ ଯାଆନ୍ତି । କିନ୍ତୁ ଆଜି ଏହି ମନ୍ଦିର ହୋଇଛି ଜନ ମାନବ ଶୂନ୍ୟ I ଏଠାରେ ଥିବା ଏକ ବୌଦ୍ଧ ମଠାଧୀଶଙ୍କ ସହ ଚାରି ବୌଦ୍ଧ ଭିକ୍ଷୁଙ୍କ ନିଶାଖୋର ଅଭ୍ୟାସ ଯୋଗୁଁ ତାଙ୍କୁ ଏଠାରୁ ବାହାର କରି ଦିଆଯାଇଛି । ଜଣେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ମୁତାବକ, ଏହି ବୁଦ୍ଧ ମନ୍ଦିରରେ ଡ୍ରଗ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ମନ୍ଦିରର ମୁଖ୍ୟ ପୂଜାରୀଙ୍କ ସମେତ ସମସ୍ତ ପୂଜାରୀ ନିଶାରେ ଚୁର୍‌ ଥିବା ଦେଖିବାକୁ ମିଳିଥିଲେ। ଏହି ଘଟଣା ପରେ ସେମାନଙ୍କୁ ମନ୍ଦିରରେ ସେବା ପଦରୁ ହଟାଇ ଦିଆଯାଇଛି। ଏଥିସହିତ ସମସ୍ତଙ୍କୁ ସୁଧାର ଗୃହକୁ ପଠାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ କୌତୁହଳର ବିଷୟ ହୋଇଛି।

ଘଟଣାଟି ଘଟିଛି କେନ୍ଦ୍ରୀୟ ଥାଇଲାଣ୍ଡର ଫତେଚମ୍ୱୁନ ପ୍ରାନ୍ତର ୱଙ୍ଗ ସ୍ୟାମ ଫାନ ଜିଲ୍ଲାର ଏକ ବୌଦ୍ଧ ମନ୍ଦିରରେ । ଏଠାରେ ମଠାଧୀଶଙ୍କ ସହ ଚାରି ଭିକ୍ଷୁଙ୍କ ସୋମବାର ମେଥମଫେଟାମାଇନ ଟେଷ୍ଟ କରାଯାଇଥିଲା, ଯାହା ପଜିଟିଭି ଆସିଥିଲା।

ସ୍ଥାନୀୟ ଜଣେ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ରୀୟ ଥାଇଲାଣ୍ଡର ଏକ ବୌଦ୍ଧ ମନ୍ଦିରର ଭିକ୍ଷୁଙ୍କୁ ବାହାର କରାଯାଇଛି କାରଣ ସମସ୍ତେ ମାଦକ ଦ୍ରବ୍ୟ ଟେଷ୍ଟରେ ଫେଲ୍ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ନିଶାମୁକ୍ତି କେନ୍ଦ୍ରକୁ ପଠାଯାଇଛି । ତେବେ ଏହାପରେ ସ୍ଥାନୀୟ ଗ୍ରାମବାସୀ କିପରି ପୂଜା କରିବେ ଏବଂ ପୂଣ୍ୟ ଅର୍ଜନ କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । ଅନ୍ୟପଟେ ମନ୍ଦିରରେ ନୂଆ ଭିକ୍ଷୁ ଏବଂ ମଠାଧିଶଙ୍କୁ ନିଯୁକ୍ତି କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି I

Comments are closed, but trackbacks and pingbacks are open.