ଅଦାନୀ ବିତ୍ତଶାଳୀ ହେବାର ରହସ୍ୟ

46

ଚଳିତ ବର୍ଷ ଭାରତର ଜଣେ ଏମିତି ବ୍ୟକ୍ତି  ଚର୍ଚ୍ଚାକୁ ଆସିଛନ୍ତି ଯାହାଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଦେଶ ଓ ଦେଶ ବାହାରେ ଏମିତିକି ସାରା ବିଶ୍ୱରେ ସେ ନିଜର ନା’ କମେଇଲେଣି । ଭାରତର ସବୁଠାରୁ ଧନୀଶାଳୀ ବ୍ୟକ୍ତି ମାନଙ୍କର ନା’ ଯେତେବେଳେ ଆସେ ସେତେବେଳେ ଆଦାନୀ, ଅମ୍ବାନୀ, ଟାଟା, ବିର୍ଲା ଆଦି ଅନେକ ଲୋକଙ୍କର ନା’ ଆସେ । ହେଲେ ଏବେ ବିଶ୍ୱର ସବୁଠାରୁ ଧନୀଶାଳୀ ବ୍ୟକ୍ତି ମାନଙ୍କର ଚର୍ଚ୍ଚା ହେଲେ ଆମ ଭାରତର ଗୌତମ ଆଦାନୀଙ୍କ ନା’ ଦ୍ୱିତୀୟରେ ଆସେ । ବହୁ ବିଦେଶୀ ଧନୀ ବ୍ୟକ୍ତି ମାନଙ୍କୁ ପଛରେ ପକାଇ ନିଜର ନା’କୁ ସେଠାରେ ପହଞ୍ଚାଇବାରେ ସେ ସଫଳ ହୋଇଛନ୍ତି । ଭାରତର ହେଉ କିମ୍ବା ଏସିଆର ଶ୍ରେଷ୍ଟ ଧନୀ ବ୍ୟକ୍ତିଙ୍କ ଶ୍ରେଣୀରେ ଆସନ୍ତି ଆଦାନୀ ଗ୍ରୁଫର ମୁଖ୍ୟ ଗୌତମ ଆଦାନୀ । ଦିନକୁ ଦିନ ଶିଳ୍ପ ଜଗତରେ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏହି କ୍ରମରେ ସେ ଆଉ ଏକ ବନ୍ଦରକୁ ନିଜ ନା’ରେ କରିଛନ୍ତି ସେ ।

ଆଦାନୀ ଅଧିନରେ ଏବେ ଗଙ୍ଗାଭରମ୍ ପୋର୍ଟ ଲିମିଟେଡ୍ ଅଛି । ଗଙ୍ଗାଭରମ୍ ଆନ୍ଧ୍ରପ୍ରଦେଶର ତୃତୀୟ ବଡ଼ ଅଣ ପ୍ରମୁଖ ବନ୍ଦର ଅଟେ । ଯାହାକୁ ଆଦାନୀ ଗ୍ରୁଫ ଅଫ୍ କମ୍ପାନୀର ଆଦାନୀ ପୋର୍ଟ୍ସ ଆଣ୍ଡ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଏବେ ଗଙ୍ଗାଭରମ୍ ପୋର୍ଟର ସମ୍ପୂର୍ଣ୍ଣ ସେୟାର କିଣି ନେଇଛି । ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଦେଶର ସବୁଠାରୁ ବଡ଼ ପୋର୍ଟ୍ସ କମ୍ପାନୀ ଅଟେ । ତେବେ ଏହି ଡିଲ୍ ପାଇଁ କମ୍ପାନୀକୁ ଏନ୍‌ସିଏଲ୍‌ଟି ଅହମ୍ମଦାବାଦ ଏବଂ ଏନ୍‌ସିଏଲ୍‌ଟି ହାଇଦ୍ରାବାଦ ପକ୍ଷରୁ ଅନୁମତି ମିଳିଛି । ଏହା ପୂର୍ବରୁ ଗଙ୍ଗାଭରମ୍ ପୋର୍ଟର ୪୦ ପ୍ରତିଶତରୁ ଅଧିକ ସେୟାର ଆଦାନୀ ପାଖରେ ଥିଲା । ଏବେ କମ୍ପାନୀ ବଳକା ୫୮.୧ ପ୍ରତିଶତ ସେୟାର ମଧ୍ୟ କିଣି ନେଇଛି । କମ୍ପାନୀର ପୋର୍ଟଫୋଲିଓରେ କମ୍ପାନୀର ପୋର୍ଟ ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି । ଗଙ୍ଗାଭରମ୍ ପୋର୍ଟର ଅଧିଗ୍ରହଣରେ ୧୨୦ ଟଙ୍କା ପ୍ରତି ସେୟାର ଦରରେ ୬ ହଜାର ୨ ଶହ କୋଟିର ୫୧୭ ମିଲିୟନ୍ ସେୟାର ରହିଛି । ଆଦାନୀ ପୋର୍ଟ୍ସ ସେୟାର ସ୍ୱାପ୍ ବ୍ୟବସ୍ଥା ମାଧ୍ୟମରେ ଡିବିଏସ୍ ରାଜୁ ଏବଂ ପରିବାର ଠାରୁ ୫୮.୧ ପ୍ରତିଶତର ସେୟାର ଅଧିଗ୍ରହଣ କରିବ । ଗଙ୍ଗାଭରମ୍ ପୋର୍ଟରେ ସବୁ ସମୟରେ ଗହୀର ପାଣି ରହିଥାଏ । ଏହା ୨ ଲକ୍ଷ ଡିଡବ୍ଲୁଟି ପର‌୍ୟ୍ୟନ୍ତ ସୁପର କ୍ୟାପ୍ ଆକାରର ଜାହାଜକୁ ସମ୍ଭାଳିବାକୁ ସକ୍ଷମ । ବର୍ତ୍ତମାନ ଏହା ୯ଟି ବର୍ଥରେ କାରବାର କରୁଛି ।

Comments are closed, but trackbacks and pingbacks are open.