୨୦ ହଜାର କୋଟି ଟଙ୍କାର ଏଫପିଓ ବାତିଲ କଲା ଅଦାନୀ ଗ୍ରୁପ

24

ଅଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ପକ୍ଷରୁ ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ୍ ଅଫର ବା ଏଫପିଓ ବାତିଲ ହୋଇଛି। ବୁଧବାର ବିଳମ୍ବିତ ରାତିରେ କମ୍ପାନୀର ବସିଥିବା ବୋର୍ଡ ଅଫ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେୟାର ବଜାରରେ ହଲଚଲ ପରେ ଗ୍ରୁପ୍ ତାର ଏଫପିଓକୁ ବାତିଲ କରିଦେଇଛି। ବିକ୍ରି ପାଇଁ ରଖାଯାଇଥିବା ସେୟାରକୁ କିଣିବା ପାଇଁ ଅଧିକ ଲୋକ ଆବେଦନ କରି ସାରିଛନ୍ତି। ବର୍ତ୍ତମାନର ଅଭୂତପୂର୍ବ ସ୍ଥିତି ଏବଂ ବଜାରରେ ରହିଥିବା ଅସ୍ଥିରତା କାରଣରୁ ଅଦାନୀ ଗ୍ରୁପ୍ ଏପରି ନିଷ୍ପତ୍ତି ନେଇଥିବା କହିଛିି। ଏହାସହିତ ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରିବ ବୋଲି କମ୍ପାନୀ କହିଛି। କମ୍ପାନୀର ବାଲାନ୍ସ ସିଟ୍ କିନ୍ତୁ ମଜବୁତ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକର ସେୟାରର ମୂଲ୍ୟ ଲଗାତାର ହ୍ରାସ ଘଟିଛି। ବୁଧବାର ଦିନ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ମୂଲ୍ୟ ୨୬.୭ ପ୍ରତିଶତ ହ୍ରାସ ପାଇଛି। ଆଦାନୀ ଏଣ୍ଟରପ୍ରାଇଜେସର ୨୦ ହଜାର କୋଟି ଟଙ୍କାର ଏଫପିଓ ଦେଶର ସବୁଠାରୁ ବଡ଼ ଏଫପିଓ ମଧ୍ୟରୁ ଅନ୍ୟତମ ।

Comments are closed, but trackbacks and pingbacks are open.