୩ୟ ସ୍ଥାନକୁ ଖସିଲେ ଅଦାନୀ

170

ନୂଆଦିଲ୍ଲୀ: ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତୀୟ ଶିଳ୍ପପତି ଗୌତମ ଅଦାନୀ ଗୋଟିଏ ପାହ୍ୟା ତଳକୁ ଖସି ୩ୟ ସ୍ଥାନରେ ପହଞ୍ଚିଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୩୫ ବିଲିୟନ ସମ୍ପତ୍ତି ସହ ଅଦାନୀ ତୃତୀୟ ସ୍ଥାନରେ ରହିଛନ୍ତି । ଆମାଜନ ମାଲିକ ଜେଫ୍ ବେଜୋସ୍‌ଙ୍କ ସମ୍ପତ୍ତି ପରିମାଣ ୧୩୮ ବିଲିୟନ ଡଲାରକୁ ବୃଦ୍ଧି ପାଇଥିବାବେଳେ ଅଦାନୀଙ୍କୁ ଟପି ସେ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଭାରତର ଅନ୍ୟତମ ଶିଳ୍ପପତି ମୁକେଶ ଅମ୍ବାନୀ (ସମ୍ପତ୍ତି ପରିମାଣ ୮୨.୪ ବିଲିୟନ ଡଲାର) ତାଲିକାର ୧୧ତମ ସ୍ଥାନ ଅଧିକାର କରିଛନ୍ତି । ଅପରପକ୍ଷରେ ୨୪୫ ବିଲିୟନ ଡଲାର ସମ୍ପତ୍ତି ସହ ଆମେରିକାର ଇଲୋନ ମସ୍କ୍ ତାଲିକାରେ ପ୍ରଥମ ସ୍ଥାନ ବଜାୟ ରଖିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.