ଆହତଙ୍କ ପାଇଁ ବ୍ଲଡ଼ କ୍ୟାମ୍ପର ଆୟୋଜନ କଲେ ଅଭିନେତ୍ରୀ ଏଲିନା

25

ଭୁବନେଶ୍ୱର: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ସେହିପରି ଓଲିଉଡ଼ ଅଭିନେତ୍ରୀ ଏଲିନା ଆହତମାନଙ୍କ ପାଇଁ ଭୁବନେଶ୍ୱରରେ ଏକ ବ୍ଳଡ଼୍ କ୍ୟାମ୍ପ୍‌ର ଆୟୋଜନ କରିଛନ୍ତି । ଏହି କ୍ୟାମ୍ପରେ ବହୁ ଯୁବକଯୁବତୀ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରୁଥିବା ଦେଖିବାକୁ ମିଳିଛି ।

ଏଲିନା କୁହନ୍ତି, ଦୁର୍ଘଟଣାର କଷ୍ଟକୁ ନେଇ ସାରା ଦୁନିଆ କାନ୍ଦୁଛି । ଏବେ ଯେଉଁ କଷ୍ଟରେ ଓଡ଼ିଶା ଅଛି, ସେହି ଦୁଃଖକୁ ଦେଖି ସମସ୍ତେ ଆସି ରକ୍ତଦାନ କରୁଛନ୍ତି । ହସପିଟାଲରେ ଚିକିତ୍ସାଧୀନ ଯାତ୍ରୀମାନଙ୍କୁ କିଛି ସାହାଯ୍ୟ କରିବା ପାଇଁ ଏହା ମୋର ଗୋଟେ ଛୋଟ ପ୍ରୟାସ ହୋଇପାରେ । କିନ୍ତୁ ରକ୍ତଦାନ କରିବାକୁ କ୍ୟାମ୍ପରେ ଯେଉଁମାନେ ଭିଡ଼ ଜମାଉଛନ୍ତି, ସେମାନେ ପ୍ରକୃତରେ ଧନ୍ୟବାଦର ପାତ୍ର ।

ଲୋକଙ୍କ ରକ୍ତ ଦେବା ଆଗ୍ରହକୁ ଦେଖି ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଇଠୁ ଜଣାପଡ଼ିଲା ଯେ, ଓଡ଼ିଶାରେ ଯେତେବେଳେ କେହି କୌଣସି ଦୁଃଖ କଷ୍ଟରେ ପଡ଼ନ୍ତି, ଓଡ଼ିଶାବାସୀ ଏକ ହୋଇଯାଆନ୍ତି । ମୋ ପାଖରେ ସମୟ ନ ଥିଲା ସମସ୍ତଙ୍କୁ କଲ୍ କରି କହିବାକୁ । ତେଣୁ ସୋସିଆଲ ମିଡ଼ିଆରେ ମୋର ଗୋଟେ ପୋଷ୍ଟ ଥିଲା, ଆଉ ମୁଁ ବିଶ୍ୱାସ କରି ପାରୁନି ଯେ, ଏତେ ଲୋକ ଆସି ରକ୍ତଦାନ କରିବାକୁ ଆଗ୍ରହୀ ହେଉଛନ୍ତି । ପ୍ରକୃତରେ ସେମାନେ ମୋ ପାଇଁ ଆସିନାହାନ୍ତି, ନିଜ ଆଡ଼ୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

Comments are closed, but trackbacks and pingbacks are open.