ଶୁଟିଂ ସେଟ୍‌ରେ ଫାଶୀ ଲଗାଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା

27

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନୀଷା ଶର୍ମା ଶନିବାର ଶୁଟିଂ ସେଟ୍‌ରେ ହିଁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ୨୦ ବର୍ଷୀୟ ତୁନୀଷା ଏକ ମ୍ୟୁଜିକ୍ ଭିଡିଓ ଶୁଟ୍ କରାଇବାର ଥିଲା । ସେଟ୍‌ରେ ତାଙ୍କୁ ଫାଶୀରେ ଝୁଲୁଥିବା ବେଳେ ଲୋକମାନେ ତାଙ୍କୁ ହସ୍ପିଟାଲ୍ ନେଇଯାଇଥିଲା । ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆତ୍ମହତ୍ୟାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ । ତେବେ ଆତ୍ମହତ୍ୟାର ପୂର୍ବରୁ ସେ ବିଲ୍‌କୁଲ୍ ନର୍ମାଲ୍ ଥିଲେ ଏବଂ ୫ ଘଣ୍ଟା ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ନିଜ ଫଟୋ ଓ କେତେକ ନୋଟ୍ ଶେୟାର କରିଥିଲେ । କାଟ୍‌ରିନା କୈଫ୍‌ଙ୍କ ଫିଲ୍ମ ଫିଚୁର୍‌ରେ ତୁନୀଷା ତାଙ୍କର ପିଲାବେଳର ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ ଅଲିବାବା ଦାସ୍ତାନେ କାବୁଲ୍‌ରେ ଶାହଜାଦୀ ମାରିୟମ୍ ଭୂମିକାରେ ମଧ୍ୟ ଅଭିନୟ କରୁଥିଲେ । ସେହିପରି ବାର୍ ବାର୍ ଦେଖୋ, କାହାଣୀ-୨, ଦବଙ୍ଗ-୩ ପରି ଫିଲ୍ମରେ ମଧ୍ୟ ତୁନୀଷା ଶିଶୁ କଳାକାର ଭାବେ ମଧ୍ୟ କାମ କରିଛନ୍ତି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତୁନୀଷା ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ଯିଏ ନିଜ ଜୁନୁନ୍‌ରୁ ଆଗକୁ ବଢ଼ିଥାଏ ସେ ଅଟକି ନଥାଏ ।

Comments are closed, but trackbacks and pingbacks are open.