କେନ୍ଦୁପତ୍ର ଉପରୁ ଜିଏସ୍‍ଟି ପ୍ରତ୍ୟାହାର ନେଇ ସଂସଦରେ ଅଚ୍ୟୁତଙ୍କ ଦାବି

30

ଭୁବନେଶ୍ୱର, ୭ ।୧୨: କେନ୍ଦୁପତ୍ର ଉପରୁ ଜିଏସ୍‍ଟି ପ୍ରତ୍ୟାହାର ନେଇ ଲୋକସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଦାବି ଉପସ୍ଥାପନ କରିଛନ୍ତି । ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଲୋକସଭାର ଶୂନ୍ୟକାଳରେ ବିଜେଡି ପକ୍ଷରୁ ଶ୍ରୀ ସାମନ୍ତ ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଲେ କେନ୍ଦୁପତ୍ର ଏକ ଲଘୁ ବନଜାତ ଉତ୍ପାଦ । ଏହା ଉପରେ ଓଡ଼ିଶାର ୮ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ବିଶେଷକରି ଜନଜାତି ସମ୍ପ୍ରଦାୟ ଓ ସମାଜର ଗରିବରୁ ଅତି ଗରିବ ଲୋକଙ୍କ ଜୀବିକା ଓ ଆର୍ଥିକ ମାନଦଣ୍ଡ ନିର୍ଭରଶୀଳ । ଜଙ୍ଗଲ ଅଧିକାର ଆଇନ୍‍-୨୦୦୬ ଅନସୁ।ରେ ସେମାନଙ୍କର ଅଧିକାର ଭାବେ ଜନଜାତି ସମ୍ପ୍ରଦାୟ ଓ ଜଙ୍ଗଲରେ ବସବାସ କରୁଥିବା ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଲୋକମାନେ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । କେନ୍ଦୁପତ୍ର ଉପରେ ୧୮% ଜିଏସ୍‍ଟି କେନ୍ଦୁପତ୍ର ବ୍ୟବସାୟ ଏବଂ ତୋଳାଳି ଓ ବନ୍ଧାଳିଙ୍କୁ ବ୍ୟାପକ ଭାବେ ପ୍ରଭାବିତ କରିବ ବୋଲି ଶ୍ରୀ ସାମନ୍ତ କହିଥିଲେ । ତେଣୁ ଓଡ଼ିଶାର ଗରିବ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ତୁରନ୍ତ କେନ୍ଦୁପତ୍ର ଉପରୁ ୧୮% ପ୍ରତଶି ତ ଜିଏସ୍‍ଟି ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଥିଲେ । ଏହାଦ୍ୱାରା କେନ୍ଦୁପତ୍ର ସହ ଜଡିତ ତୋଳାଳି,ବନ୍ଧାଳିଙ୍କ ସମେତ ସମସ୍ତେ ଉପକୃତ ହେବା ସହ ସେମାନଙ୍କ ପାଇଁ ସାମାଜିକ ନିରାପତ୍ତା ଓ କଲ୍ୟାଣକାରୀ ଯୋଜନା ସହଜରେ କାର୍ଯ୍ୟକାରୀ କରାଯାଇ ପାରବ ।ଏନେଇ ପୂର୍ବରୁ ଓଡିଶ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅଥର୍ମନ୍ତ୍ରୀ ତଥାଜିଏସ୍ଟି କାଉନ୍ସିଲ ୍ଅଧ୍ୟକ୍ଷା ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି ଜଣାଇଥିବା ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I

Comments are closed, but trackbacks and pingbacks are open.