ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ର ପଡିଲା ପୂର୍ଣ୍ଣଛେଦ : ଡିଏଫଓଙ୍କୁ କ୍ଲିନଚିଟ୍, ଫସିଲେ ବିଦ୍ୟାଭାରତୀ

29

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପଡିଛି ପୂର୍ଣ୍ଣଛେଦ । ସୌମ୍ୟରଞ୍ଜନ ଙ୍କ ମୃତ୍ୟୁ ହତ୍ୟା ନୁହେ ଏହା ଏକ ଦୁର୍ଘଟଣା ଜନିତ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତଥ୍ୟ ପ୍ରମାଣ ଆଧାରରେ ଘଟଣାକୁ ଦୁର୍ଘଟଣା ଜନିତ ମୃତ୍ୟୁ କୁହାଯାଇପାରିବ ଏବଂ ଏହା ସୌମ୍ୟଙ୍କ ବାସଭବନରେ ହିଁ ଘଟିଛି । ତେବେ ଏହି ଘଟଣା ରେ କ୍ରାଇମବ୍ରାଞ୍ଚ ଅନ୍ୟତମ ଅଭିଯୁକ୍ତ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦେଇଛି କ୍ଲିନଚିଟ Iଏହା ସହ ରୋଷେୟା ମନ୍ମମଥ କୁମ୍ଭ ଙ୍କର ମଧ୍ୟ ଏହି ଘଟଣା ରେ କୌଣସି ସମ୍ପୃକ୍ତି ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଦର୍ଶାଯାଇଛି Iବିଦ୍ୟା ଓ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା । ତେବେ ସୌମ୍ୟଙ୍କ ନିଆଁ ଲିଭାଇବାକୁ ଯଥାପୂର୍ବକ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀଙ୍କ ନାମରେ ଅଇପିସି ଧାରା ୨୮୫ ଏବଂ ୩୦୪-ଏ ଦଫାରେ ଚାର୍ଜ ସିଟ୍ ଦାଖଲ କରାଯାଇଛି । ଆଇନ ଅନୁସାରେ ବିଦ୍ୟାଭାରତୀଙ୍କୁ ସିଆରପିସି ନୋଟିସ ଦିଆଯିବ । ଡିଏଫଓଙ୍କ ଫୋନ ରେକର୍ଡ ଯାଞ୍ଚ ହୋଇଥିଲା ଏବଂ ତାଙ୍କର ଲାଇ ଡିଟେକ୍ସନ ମଧ୍ୟ ହୋଇଥିଲା । ସମସ୍ତ ରିପୋର୍ଟ ଆଧାରରେ କ୍ଲିନଚିଟ୍ ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ଦେଇଛନ୍ତି ।
ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ କୌଣସି ସମ୍ପର୍କ ନାହିଁ । ସୌମ୍ୟଙ୍କ ପୋଡି ହେବା ଘଟଣାରେ ବି ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନି । ପୂର୍ବରୁ ସୌମ୍ୟ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଉଥିଲା । ହେଲେ କ୍ରାଇମବ୍ରାଞ୍ଚ ଡିଏଫଓଙ୍କୁ ଶେଷରେ କ୍ଲିନଚିଟ୍ ଦେଇଛି । ପୂର୍ବରୁ ତାଙ୍କୁ ଗଜପତି ଏସପି ମଧ୍ୟ କ୍ଲିନଚିଟ୍ ଦେଇଥିଲେ ।

Leave A Reply

Your email address will not be published.