ଧରାପଡିଲା ପୁରୀ ଗୁଳିକାଣ୍ଡ ର ଅଭିଯୁକ୍ତ

27

ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଘଟିଥିବା ଗୁଳିକାଣ୍ଡ ର ଅଭିଯୁକ୍ତ ଅଟକ I ସେପଟେ ପୋଲିସ ଘଟଣାର ପୂରା ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି । ପ୍ରାଥମିକ ସ୍ତରରେ ଘଟଣା ଥିବାରୁ ତଦନ୍ତ ପ୍ରକ୍ରିୟା ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ବିଶାଲ ସିଂହ । ମୃତକଙ୍କର ପରିଚୟ ମିଳିଥିବା ବେଳେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିଥିବା ସେ ସୂଚନା ଦେଇଛନ୍ତି । ତାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରାଯାଉଛି । ଅଭିଯୁକ୍ତ ବ୍ୟବହାର କରିଥିବା ବନ୍ଧୁକ ମଧ୍ୟ ପୋଲିସ ଜବତ କରିସାରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି ।

ଅନ୍ୟପକ୍ଷରେ ଆଜି ଗୁଳିକାଣ୍ଡ ପରେ ପରେ ପୁରୀ ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଏହି ଆକ୍ରମଣରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସେହିପରି ଗତ ମାର୍ଚ୍ଚ ମାସ ୧୬ ତାରିଖରେ ମଧ୍ୟ ଗୁଳିମାଡ଼ରେ ପୁରୀର ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ଘଟିଥିଲା ।

Comments are closed, but trackbacks and pingbacks are open.