ସାବିତ୍ରୀରେ ବଡ଼ ଦୁର୍ଘଟଣା: ଚାଲିଗଲା ୨ ଜୀବନ

595

ଭଞ୍ଜନଗର : ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାରେ ଆଜି ସକାଳେ ଗୋଟିଏ ବୁଲେଟ୍‌ ଓ ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକଙ୍କ ଘର ସୋରଡ଼ା ନିକଟବର୍ତ୍ତୀ ସିଂହମର୍ଦ୍ଦନୀ ଗ୍ରାମର ବି.କେ ଭୂୟାଁ ହୋଇଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିନାହିଁ। ଏଥିସହ ଏହି ଦୁର୍ଘଟଣାରେ ଆଉ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କର ଚେତା ନ ଥିବାରୁ ପରିଚୟ ମିଳିପାରିନାହିଁ।

ସୂଚନା ଅନୁଯାୟୀ, ଭଞ୍ଜନଗର ଆଡୁ ଦୁଇଜଣ ଏକ ବାଇକ୍‌ରେ ସୋରଡ଼ା ଅଭିମୁଖେ ଯାଉଥିବା ବେଳେ ଏହି ସମୟରେ ବିପରୀତ ଦିଗରୁ ସିଂହମର୍ଦ୍ଦନୀ ଗ୍ରାମର ବିରଞ୍ଚି ଶ୍ୱଶୁର ଘର ଗୁଡ଼ିପଲିକୁ ସାବିତ୍ରୀ ଅମାବାସ୍ୟା ପାଇଁ ଆସୁଥିଲେ। ଏହି ସମୟରେ ଲାଠିପଡ଼ା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବିରଞ୍ଚିଙ୍କୁ ସୋରଡ଼ା ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଭଞ୍ଜନଗର ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଭଞ୍ଜନଗର ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୋରଡ଼ା ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Comments are closed, but trackbacks and pingbacks are open.