ଚିଲିକାରେ ଅଘଟଣ: ଡ଼ଙ୍ଗାବୁଡି ୨ ମୃତ ,୧୦ ଉଦ୍ଧାର, ଜଣେ ନିଖୋଜ
ଚିଲିକାରେ ପୁଣି ଅଘଟଣ। ଡଙ୍ଗା ବୁଡିଯିବାରୁ ୧୩ ଜଣ ନିଖୋଜ ଥିଲେ I ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ,ଆଉ ଜଣଙ୍କର ପତ୍ତା ମିଳିପାରିନାହିଁ I ସେପଟେ ୧୦ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ I
ସୂଚନାନୁସାରେ ଆଜି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ବ୍ରହ୍ମଗିରି ଥାନା ଅଧୀନରେ ଗମ୍ଭାରୀ ଗାଁ ନିକଟରେ ଥିବା କାଳିଜାଇ କୁଦାକୁ ଭୋଜି କରିବା ପାଇଁ ପୁରୀ ଅଞ୍ଚଳର ୧୩ ଜଣ ଯାଇଥିଲେ। ସେଠାରେ ଭୋଜି ସାରି ଫେରିବା ବେଳେ ହଠାତ ପବନ ବର୍ଷା ହେବାରୁ ଡ଼ଙ୍ଗାଟି ବୁଡିଯାଇଥିଲା। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକ ଓ ମତ୍ସ୍ୟଜିବୀ ୧୦ ଜଣ ଉଦ୍ଧାର କରିଥିବା ବେଳେ ଆଉ ୩ ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକ ଖୋଜାଖୋଜି କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଖବର ପାଇ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲା। ରାତି ୮ଟା ବେଳେ ଟୁଆ ଗାଁର ଉଗ୍ରସେନ ଦାସ ନାମକ ବ୍ୟକ୍ତି ଉଦ୍ଧାର ହୋଇଥିଲେ। ଆଉ ଦୁଇ ଜଣ ନିଖୋଜ ଥିବାରୁ ଅଗ୍ନିଶମ ବାହିନୀ ଖୋଜିବାରେ ଲାଗିଥିଲେ। ଖୋଜାଖୋଜି ପରେ ନିଖୋଜ ଦୁଇଜଣଙ୍କ ମୃତଦେହ ମିଳିଛି।
Comments are closed, but trackbacks and pingbacks are open.