ଇକମୋ ଚିକିତ୍ସାଧୀନ ଅବସ୍ଥା ରେ ଆଖି ବୁଜିଲେ ଅଭିଷେକ

25

ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ମନ୍ଦାରୀ ଗାଁର ଅଭିଷେକ ମହାପାତ୍ରଙ୍କ କରୋନା ରେ ଆକ୍ରାନ୍ତ ହୋଇ ଇକମୋ ଚିକିତ୍ସାଧୀନ ଥିବା ଅବସ୍ଥା ରେ ,ଗତ କାଲି ରାତି ୧୦ .୪୫ ମିନିଟ ରେ ଦେହାନ୍ତ ହୋଇଛି I ଏନେଇ ସୂଚନା ଦେଇଛନ୍ତି ଅଭିଷେକଙ୍କ ମାମୁ ପୁଅ ଭାଇ ରୋଶନ ମହାନ୍ତି । ଦୀର୍ଘ ୨ ମାସ ଧରି କୋଲକାତାରେ ଇକମୋ ମେସିନ ସାହାଯ୍ୟରେ ଅଭିଷେକଙ୍କ ଚିକିତ୍ସା ଚାଲିଥିଲା । ଗତ ମେ ମାସ ୫ ତାରିଖ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଅଭିଷେକ I ଏହାପରେ ବିବାହ ର ଠିକ ୮ ଦିନ ପରେ ସେ କରନା ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିଲେ I ତାଙ୍କୁ ପ୍ରଥମେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲ ରେ ଚିକିତ୍ସା କରାଯାଉଥିଲା I କରୋନା ରେ ତାଙ୍କର ଫୁସଫୁସ ସଂକ୍ରମିତ ହୋଇଯାଇଥିଲା ତେଣୁ ୨୨ ଦିନ କଳିଙ୍ଗ ହସ୍ପିଟାଲ ଆଇସିୟୁ ରେ ରହିବା ପରେ କୌଣସି ସୁଫଳ ମିଳି ନଥିଲା I ତେଣୁ ଅଭିଷେକଙ୍କୁ ଅଧିକ ଉନ୍ନତ ଏକ୍‌ମୋ ଚିକିତ୍ସା ନିମନ୍ତେ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା I କୋଭିଡରେ ଆକ୍ରାନ୍ତ ହେବା ପରେ ଅଭିଷେକ ମହାପାତ୍ରଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଥିଲା। ଏହି ଏକ୍‌ମୋ ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥିବାରୁ ପତ୍ନୀଙ୍କ ନିବେଦନ ଅନୁସାରେ ଅନେକ ଲୋକ ଚିକିତ୍ସା ପାଇଁ ଦାନ କରିଥିଲେ। ସେତେବେଳେ ସୋସିଆଲ ମିଡ଼ିଆ ରେ ‘ସେଭ ଅଭିଷେକ’ ନାଁ ରେ କ୍ୟାମ୍ପେନ ଚାଲି ତାଙ୍କ ଚିକିତ୍ସା ନିମନ୍ତେ କିଛି ଅର୍ଥ ଯୋଗାଡ଼ କରାଯାଇଥିଲା I ଏ ସବୁ ସତ୍ତ୍ୱେ ଅଭିଷେକ ଚିକିତ୍ସାଧୀନ ଅବସ୍ଥାରେ ସବୁଦିନ ପାଇଁ ଆଖିବୁଜିଲେ Iଜୀବନ ଯୁଦ୍ଧରେ ସେ ସବୁଦିନ ପାଇଁ ହାରିଯାଇ ବାହୁଡ଼ି ଯାଇଛନ୍ତି I ସେ ଘର ର ଏକମାତ୍ର ପୁଅ ଥିଲେ , ପଛରେ ଛାଡ଼ିଯାଇଛନ୍ତି ନବବିବାହିତା ପତ୍ନୀ ଙ୍କ ସହିତ ,ବାପା ମା ଆତ୍ମୀୟସ୍ୱଜନ ଏବଂ ସାଙ୍ଗସାଥି ମାନଙ୍କୁ I କରୋନା ର ଭୟଙ୍କର ରୂପ ଆଉ ଏକ ପରିବାର କୁ ଛାରଖାର କରିଦେଲା I

Leave A Reply

Your email address will not be published.