ଗୁଜୁରାଟ :ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଗୁଜରାଟର ଗାନ୍ଧିନଗରଠାରୁ ‘ଆପ୍ କୀ ପୁଞ୍ଜି – ଆପ୍ କା ଅଧିକାର’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସମଗ୍ର ଦେଶରେ ଆର୍ଥିକ ବ୍ୟବସ୍ଥାରେ ବିଭିନ୍ନ କ୍ଷେତ୍ରରେ ପଡ଼ିରହିଥିବା ଦାବିହୀନ ଆର୍ଥିକ ସମ୍ପତ୍ତିଜନିତ ସମସ୍ୟାର ତ୍ୱରିତ ସମାଧାନ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଦନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ ମାଧ୍ୟମରେ ଦାବି କରାଯାଇ ନ ଥିବା ଜମାରାଶିକୁ ଏହାର ବୈଧ ଦାବିଦାରମାନଙ୍କୁ ହସ୍ତାନ୍ତର ସୁନିଶ୍ଚିତ କରାଯାଇପାରିବ । ଆର୍ଥିକ ପ୍ରତିଷ୍ଠାନ ଏବଂ ଦାବିଦାରମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀମତୀ ସୀତାରମଣ କହିଛନ୍ତି, ଜନସାଧାରଣ ଆର୍ଥିକ ସଶକ୍ତୀକରଣ କ୍ଷେତ୍ରରେ ଏହି ପଦକ୍ଷେପ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ।
Comments are closed, but trackbacks and pingbacks are open.