ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

211

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଡୋଡାରୁ ଆମ ଆଦମୀ ପାର୍ଟି (ଆପ) ବିଧାୟକ ମେହରାଜ ମଲିକଙ୍କୁ ଅଟକ ରଖିବା ବିରୋଧରେ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରୁଛି। ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏକତା ପ୍ରଦର୍ଶନ ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି। ଏହି ସମୟରେ ଆପ ଦାବି କରିଛି ଯେ, ସଂଜୟ ସିଂହଙ୍କୁ ଜମ୍ମୁ କାଶ୍ମୀରରେ ଗୃହ ବନ୍ଦୀ କରାଯାଇଛି। ଜମ୍ମୁ କାଶ୍ମୀର ପୋଲିସ ବାହାର ଗେଟ୍ ରେ ତାଲା ବନ୍ଦ କରିଦେଇଥିଲା। ଏହା ପରେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏଠାରେ ସଂଜୟ ସିଂହ ଫାଟକ ଚଢ଼ି ଅବଦୁଲ୍ଲାଙ୍କ ସହ କଥା ହୋଇଥିଲେ।

Comments are closed, but trackbacks and pingbacks are open.