ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ସକାଳୁ ‘ଆମ ବସ’ ସେବା ଠପ ହୋଇଯାଇଛି। ସୁରକ୍ଷା ଦାବିରେ ବସ ଡ୍ରାଇଭର୍ ଓ କଣ୍ଡକ୍ଟର ଆନ୍ଦୋଳନକୁ ଓହ୍ଲାଇଥିବାରୁ ଏହି ସେବା ଏକ ପ୍ରକାର ବନ୍ଦ ହୋଇଯାଇଛି, ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମାଷ୍ଟରକ୍ୟାଣ୍ଟନରେ ଥିବା ଆମ ବସ୍ ଡିପୋରେ ସବୁ ବସ୍ ରଖି ଆନ୍ଦୋଳନ ଚାଲିଛି ।
ସୂଚନାଯୋଗ୍ୟ, କିଛିଦିନ ତଳେ ‘ଆମ ବସ’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ସାଧାରଣ ଜନତାଙ୍କ ଧନଜୀବନ ହାନି ହୋଇଥିଲା। ଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ମାଡ଼ ମାରିବା, ବସ ଭାଙ୍ଗିଦେବା ଆଦି ଘଟଣା ବି ଘଟିଥିଲା। ଏସବୁ ପରେ ମଙ୍ଗଳବାର ‘ଆମ ବସ’ର ଡ୍ରାଇଭର ଓ କଣ୍ଡକ୍ଟର ଏହାକୁ ପ୍ରତିବାଦକରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।
Comments are closed, but trackbacks and pingbacks are open.