ଆଧାରକାର୍ଡ ସଂଶୋଧନ ପାଇଁ ଦଳାଚକଟା

232

ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାରକାର୍ଡ ସଂଶୋଧନ କରିବା ପାଇଁ ସୋରରେ ଦଳଚକଟା ।  ରାତି ପାହିବା ଆଗରୁ ଜନସେବା କେନ୍ଦ୍ର ଓ ଡାକଘର ଆଗରେ ଲାଗିଛି ଲମ୍ବା ଲାଇନ । ଏମିତିକି ଠେଲାପେଲା ସହ ଦଳଚକଟା ସ୍ଥିତି ବି ଉପୁଜିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାର କାର୍ଡରେ ସଂଶୋଧନ ଆବଶ୍ୟକ ପଡ଼ୁଛି । କିଏ ଫୋନ ନମ୍ବର ଲିଙ୍କ କରିବାକୁ ତ ଆଉ କିଏ ନାଁ ସଂଶୋଧନ କରିବାକୁ ଲମ୍ବା ଲାଇନରେ ଠିଆ ହେଉଛି । ଏପରିକି ଆଧାର ସାଇଟ ମଧ୍ୟ କାମ କରୁନି । ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Comments are closed, but trackbacks and pingbacks are open.