ସାନ ଝିଅ ହେଲେ ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ

17

ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ସାନ ଝିଅ । ପିଲାମାନଙ୍କର ପାଇଁ ବାପାଙ୍କ ପରିଚୟ ନୁହେଁ ମାଙ୍କ ପରିଚୟ ଗୁରୁତପ୍ୱୂର୍ଣ୍ଣ । ବାପାଙ୍କନାଁ ସ୍ଥାନରେ ରହିବ ମାଙ୍କ ନାଁ । ବାପା ମାଙ୍କ ସମ୍ପତିର ଏକ ମାତ୍ର ଉତ୍ତରାଧକାରୀ ହେଉଛି ଝିଅ । ସବୁ ଝିଅ ସମ୍ପତିର ଉତ୍ତରାଧିକାରୀ ହୋଇପାରିବେ ନାହିଁ ସବୁଠୁ ସାନ ଝିଅ ହିଁ ବାପା ମାଙ୍କ ସମ୍ପତିର ଉତ୍ତରାଧିକାରୀ ହୋଇପାରିବ । କେବଳ ସେତିକି ନୁହେଁ ପିଲାମାନଙ୍କ ଜନ୍ମ ଠାରୁ ପାଠ ପଢା ଯାଏ ସବୁଠି ବାପାଙ୍କ ସ୍ଥାନରେ ମାଙ୍କ ନାମ ବ୍ୟବହାର ହେବ ଏବଂ ଭାରତୀୟ ପରମ୍ପରା ଅନୁସାରେ ଝିଅଟିଏ ବିବାହ କରି ତା ଶାଶୁ ଘରକୁ ଯାଏ କିନ୍ତୁ ଭାରତରେ ଗୋଟିଏ ଏପରି ସ୍ଥାନ ରହିଛି ଯେଉଁଠି ସମାଜ ନିୟମର ଠାରୁ ଭିନ୍ନ ନିୟମ ରହିଛି ।

ଯାହାକି ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ସମାଜରେ ଝିଅ ମାନଙ୍କର ଏକ ଭିନ୍ନ ସ୍ଥାନ ରହିଛି । ହଁ ଆଞା କଥା ଟା ଟିକେ ଅଡୁଆ ଲାଗିଲେ ବି ପୁରା ସତ । ଆପଣ ଭାବୁଥିବେ ଭାରତୀୟ ସମ୍ଭିଧାନ ହିସାବରେ ଏମିତି କିଛି ନିୟମ ନାହିଁ କିନ୍ତୁ ଆମେ ଯେଉଁ କଥା କହୁଛି ତାହାକୁ ମଧ୍ୟ ଆପଣ ଗ୍ରହଣ କରି ପାରୁନଥିବେ । ଯେତେବେଳେ ନିକଟ ଅତୀତରେ ମାନ୍ୟବର କୋର୍ଟ ରାୟ ଶୁଣାଇଛନ୍ତି ବାପା ମାଙ୍କ ସମ୍ପତିରେ ପୁଅ ଝିଅ ଦୁଇ ଜଣଙ୍କର ସମାନ ଅଧିକାର ରହିଛି । ତେବେ ଆମେ ଏପରି କାହିଁକି କହୁଛୁ ବାପା ମାଙ୍କ ସମ୍ପତି ଉତ୍ତରାଧିକାରୀ ହେଉଛନ୍ତି ସାନ ଝିଅ । ଏହା ହେଉଛି ମେଘାଳୟର ଏକ ଆଦିବାସୀ ସମ୍ପଦାୟର ପାରମ୍ପାରିକ ନିୟମ ଯାହା ଏବେ ମଧ୍ୟ ବଞ୍ଚି ରହିଛି ।

ସେଠାରେ ଜନ୍ମ ହେଉଥିବା ଝିଅ ହିଁ ସମ୍ପତି ଅସଲି ମାଲିକ ସମସ୍ତ ଝିଅ ନୁହେଁ ଯେଉଁ ଝିଅ ପରିବାର ସବୁଠାରୁ ସାନ ହୋଇଥିବେ ସେହିଁ କେବଳ ପୈତୃକ ସମ୍ପତିର ଉତ୍ତରାଧିକାରୀ ହୋଇପାରିବ । କେବଳ ସେତିକି ନୁହେଁ ପିଲାମାନେ ମାଙ୍କ ପରିଚୟରେ ହିଁ ସମାଜରେ ପରିଚିତ ହେବାର ମଧ୍ୟ ପରମ୍ପରା ରହିଛି । ତେବେ କୈଣସି ସ୍ୱମ୍ଭିଧାନିକ ସତ୍ୟତା ନଥିଲେ ମଧ୍ୟ ଏହା ହେଉଛି ଏକ ପରମ୍ପରା । ଯାହା ସମୟ ସହିତ ପରିବର୍ତ୍ତନ ହୋଇନାହିଁ ଏବେ ମଧ୍ୟ ବଞ୍ଚି ରହିଛି ।

Comments are closed, but trackbacks and pingbacks are open.