ଯାତ୍ରୀବାହୀ ରେଳ ଆଗକୁ  ଡେଇଁ ପଡି ଯୁବକଙ୍କ ମୃତ୍ୟୁ,  କାରଣ ଅସ୍ପଷ୍ଟ

104

ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଦେଇ ଯାଇଥିବା ରେଳପଥ ରେ ସକାଳ ପ୍ରାୟ ୧୧ ଟାରେ ବିଲାସପୁର_ ଟିଟିଲାଗଡ଼ ଯାତ୍ରୀବାହୀ  ରେଳ  ସମ୍ମୁଖକୁ ହଠାତ୍ ଜଣେ ଯୁବକ ଡେଇଁପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି  ରେଳ ଚାଲକ ( ଲୋକୋ ପାଇଲଟ) ଜଣକ ଅତାବିରା   ରେଳ ଷ୍ଟେସନ ରେ ଘଟଣା ବିଷୟରେ ଜଣାଇଥିଲେ ।

ଅତାବିରା ଷ୍ଟେସନ  ମାଷ୍ଟର ସମ୍ବଲପୁର ରେଳୱେ ପୁଲିସକୁ ଏହି ଖବର ଦେବା ପରେ ସମ୍ବଲପୁର ରେଲୱେ ପୁଲିସର   ଏଏସଆଇ କଲ୍ୟାଣୀ  ସେଟ୍, ଗୋଡ଼ଭଗା ଫାଣ୍ଡି ଅଧିକାରୀ ଅନିମା ଏକା, ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ଏହି ଘଟଣା ର ତଦନ୍ତ ସମୟରେ ମୃତ ଯୁବକଙ୍କ  ନିଜ ଭାଇ ସଂପର୍କୀୟ ଜଣେ ପହଞ୍ଚିଥିଲେ ।  ବୁର୍ଲା ଡ଼ାକ୍ତରଖାନାକୁକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବ୍ୟବଚ୍ଛେଦ ପରେ  ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ଯୁବକ ଜଣକ ଅତାବିରା ଥାନା ଅନ୍ତର୍ଗତ  ହଳଦୀ ଟିକ୍ରାର ଧନେଶ୍ଵର କୁମ୍ଭାର (୩୫) ବୋଲି ଜଣା ପଡିଛି । ହେଲେ କେଉଁ କାରଣରୁ ସେ ଚଳନ୍ତ ଯାତ୍ରୀବାହି ଟ୍ରେନ ସମ୍ମୁଖକୁ ଡେଇଁ ପଡ଼ିଲେତାହା ସ୍ପଷ୍ଟ ଜଣା ପଡ଼ି ନାହିଁ । ଅତାବିରା ପୁଲିସ ଓ ସମ୍ବଲପୁର ରେଲୱେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.