ହିଜାବ ପିନ୍ଧୁଥିବା ଜଣେ ମହିଳା ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ : ଓୱେସି

24

କର୍ଣ୍ଣାଟକ ଉଡୁ଼ପି ରୁ ଆରମ୍ଭ ହୋଇଥିବା ହିଜIବ ବିବାଦ ଥମିବାର ନାଁ ଧରୁ ନାହିଁ I ଆଉ ଦେଶରେ ଯେ କୌଣସି ପ୍ରସଙ୍ଗ ଉଠିଲେ କିଛି ତଥାକଥିତ ବିବାଦୀୟ ନେତାଙ୍କୁ ତାହା ବେଶ ସୁହାଇଥାଏ I ସେହିପରି ହିଜାଵ ବିବାଦ କୁ ନେଇ ବିବାଦୀୟ ନେତା ତଥା ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦୀନ ଓଓ୍ୱେସୀ କହିଛନ୍ତି ଦିନ ଆସିବ ଦିନେ ହିଜାବ ପିନ୍ଧିଥିବା କେହି ମହିଳା ଦେଶର ପ୍ରଧାନମନ୍ତ୍ରୀ ହେବେ I ଏହାସହ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହା ସହ ସେ ଟ୍ୱିଟ୍ କରି କହିଛନ୍ତି ଯେ, ମୁସଲିମ ଝିଅଙ୍କୁ ଆଲ୍ଲା ଭଲରେ ରଖନ୍ତୁ । ସେମାନେ ହିଜାବ ପିନ୍ଧିବାକୁ ପସନ୍ଦ କରନ୍ତି । ସେମାନଙ୍କ ଇଚ୍ଛାକୁ ମନା କରାଯାଇ ପାରିବ ନାହିଁ । ନକାବ ଓ ହିଜାବ ପିନ୍ଧି କଲେଜ ଯିବେ ସେମାନେ କଲେକ୍ଟର ବି ହେବେ । ବ୍ୟବସାୟୀ, ଏସଡିଏମ ସବୁ ହେବେ । ଏହାସହ ହିଜାବ ପିନ୍ଧି ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହେବେ ।

ସୂଚାନୁସାରେ କର୍ଣ୍ଣାଟକରେ ଜୋର୍‌ସୋର୍‌ରେ ମହିଳାଙ୍କ ହିଜାବ ପିନ୍ଧି କଲେଜକୁ ଯିବା ନେଇ ବିବାଦ ଲାଗି ରହିଛି। ଏହି ବିବାଦ ଏବେ କର୍ଣ୍ଣାଟକରୁ ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ସାରିଲାଣି। ଅଧିକାଂଶ କଲେଜର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ଏହି ବିବାଦ ହାଇକୋର୍ଟ ଯାଏଁ ମଧ୍ୟ ପହଞ୍ଚି ସାରିଲାଣି। ଏହି ବିବାଦ ଏବେ ଉଗ୍ର ରୂପ ନେଇ ସାରିଲାଣି। ବେଙ୍ଗାଳୁରୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆଦି ଏଭଳି ଅନେକ ରାଜ୍ୟକୁ ଏହା ଡେଇଁ ସାରିଲାଣି। ଏହାରି ଭିତରେ ଅସଦଉଦ୍ଦିନ ଓୱେସି ଏହି ହିଜାବକୁ ନେଇ ଟ୍ୱିଟ୍‌ର ବୟାନ ନିଆଁ ରେ ଘିଅ ଢ଼ାଳିବା ସଦୃଶ ହୋଇଛି I

Comments are closed, but trackbacks and pingbacks are open.