ବ୍ରିଜ୍‌ ତଳକୁ କାର୍‌ ଖସି ମହିଳା ମୃତ, ୬ ଗୁରୁତର

32

ମୋହନା ନିକଟରେ ୬୦ ଫୁଟ ପୋଲ ତଳକୁ କାର ଖସି ଜଣେ ମୃତ ,୬ ଜଣ ଗୁରୁତର ହୋଇଛନ୍ତି I କଲିକତାରୁ ଗୋଟିଏ ପରିବାର ଓଡ଼ିଶାର ଟିକିରି ଯାଉଥିଲେ I ତେବେ ଆଜି ଅପରାହ୍ନ ୪.୧୫ ସମୟରେ ମୋହନା ଅଡବା ଥାନା ଖlରୀଗୁଡା ନିକଟରେ ଗାଡି ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା I ଫଳରେ ଘଟଣା ସ୍ଥଳରେ ଜଣେ ମହିଳା ଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ମୃତ ମହିଳାଙ୍କ ନାଁ ହେଉଛି ଚିତ୍ରିତା ଦତ୍ତ I ଯାତ୍ରୀମାନେ ସମସ୍ତେ ପଶ୍ଚିମବଙ୍ଗର ସାହାପୁରର ବାସିନ୍ଦା। ମୃତାହତମାନେ ଗୋଟିଏ ପରିବାରର।
ଅନ୍ୟ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବିରିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଏକ ୨ ବର୍ଷର ଶିଶୁପୁତ୍ର ରହିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

Comments are closed, but trackbacks and pingbacks are open.