ନବୀନ ନିବାସ ସମ୍ମୁଖ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

71

ନବୀନ ନିବାସ ନିକଟରେ ଥିବା ଏକ ଗଛରେ ଚଢ଼ି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ରବିବାର ଅପରାହ୍ନରେ ଜଣେ ମହିଳା ନବୀନ ନିବାସ ନିକଟରେ ଥିବା ଏକ ଗଛ ଉପରେ ଚଢି ତଳକୁ ଡେଇଁ ଜୀବନ ହାରିବେ ବୋଲି ଧମକ ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ମହିଳାଙ୍କୁ ତଳକୁ ଓହ୍ଲାଇବାକୁ ଅନେକ ବୁଝାଇଥିଲେ। କିନ୍ତୁ ମହିଳା ତଳକୁ ଓହ୍ଲାଇବେନି ବରଂ ଡେଇଁ ପଡ଼ିବେ ବୋଲି ଧମକାଇଥିଲେ।

ଫଳରେ ବାଧ୍ୟ ହୋଇ କିଛି ଆଗ୍ନିକମାନେ ତଳେ ଜାଲ ବିଛାଇ ଠିଆ ହୋଇଥିଲେ। ଆଉ କିଛି ଅଗ୍ନିଶମ କର୍ମଚାରୀ ଗଛ ଉପରେ ଚଢ଼ି ମହିଳାଙ୍କୁ ଧରି ତଳକୁ ଓହ୍ଲାଇ ଥିଲେ।
ସୂଚନାନୁସାରେ ମହିଳା ଜଣକ ଭଦ୍ରକର ମନୋରମା ବାରିକ ବୋଲି ଜଣାପଡ଼ିଛି। ୨୩ ବର୍ଷ ପୂର୍ବରୁ ତାଙ୍କ ଭାଇଙ୍କୁ ହତ୍ୟା କରଥିବା ସେ ଅଭିଯୋଗ କରି ଆସୁଛନ୍ତି I ତେବେ ବର୍ତ୍ତମାନ ସୁଦ୍ଧା ପୋଲିସରୁ ନ୍ୟାୟ ପାଇନଥିବା ଅଭିଯୋଗ କରି ମହିଳା ଜଣକ ଆତ୍ମହତ୍ୟା ପାଇଁ ମନସ୍ଥ କରିଥିବା କହିଛନ୍ତି । ତାଙ୍କ ଆତ୍ମହତ୍ୟା ଉଦ୍ୟମ ପଛର ମୁଖ୍ୟ କାରଣ ସେ ପୋଲିସକୁ ହିଁ ଦେଇଛନ୍ତି । ତାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖି ପଚରାଉଚରା କରାଯାଛି । ଏନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏତେ ମାତ୍ରରେ ସିକ୍ୟୁରିଟି ଥାଇ ମଧ୍ୟ କିଭଳି ଜଣେ ମହିଳା ଗଛ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ, ସେନେଇ ସମସ୍ତଙ୍କ ମେନରେ ପ୍ରଶ୍ନ । ଏୟାରପୋର୍ଟ ପୋଲିସ ପହଞ୍ଚି ମହିଳାଙ୍କୁ ଥାନାକୁ ନେଇଥିବା ଜଣାଯାଇଛି।

Comments are closed, but trackbacks and pingbacks are open.