କୋରାପୁଟ ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ସେବାର ଏକ ଅନନ୍ୟ ଫର୍ଦ୍ଦ ୬୦୦ ଶଯ୍ୟା ବିଶିଷ୍ଟ ନୂତନ ବିଲ୍ଡିଂ ଉଦ୍‌ଘାଟିତ

273

ଭୁବନେଶ୍ୱର: ରାଜ୍ୟର ନିରନ୍ତନ ବିକାଶ ଧାରାରେ ଆଜି କୋରାପୁଟ ସାମିଲ ହେବା ସହିତ ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ସେବାର ଏକ ଅନନ୍ୟ ଫର୍ଦ୍ଦ ଯୋଡ଼ି ହୋଇଛି ବୋଲି ରବିବାର କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ବିଲ୍ଡିଂ ଉଦ୍‌ଘାଟନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ୍ କରିଡର୍ ୬ ଲେନ୍ ବିଶିଷ୍ଟ ରାସ୍ତା ଖୁବ୍‌ଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍‌ରେ ଆବଶ୍ୟକ ଥିବା ସମସ୍ତ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ସ୍ୱାସ୍ଥ୍ୟ ସେବା ପାଇଁ କୋରାପୁଟବାସୀଙ୍କୁ ଯେପରି ଆଉ ଦୂରଦୂରାନ୍ତ ସହରକୁ ଯାଇ ହଇରାଣ ହରକତ ହେବାକୁ ନ ପଡ଼େ ସେଥିପାଇଁ ଆମ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଏହି ମେଡିକାଲ କଲେଜ ହସ୍‌ପିଟାଲ୍ ଦ୍ୱାରା କୋରାପୁଟ ସମେତ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲା ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଲୋକମାନେ ମଧ୍ୟ ଉପକୃତ ହେବେ। ଏହି ନୂଆ ହସ୍‌ପିଟାଲ୍‌ରେ ଆପଣମାନେ ସବୁପ୍ରକାରର ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ୍ ରୋଗୀମାନଙ୍କ ପାଇଁ ବହୁବିଧ ଚିକିତ୍ସା ସୁବିଧା କରାଯାଉଛି। ସିଟି ସ୍କାନ୍‌, ଡାଏଲିସିସ୍‌, ମାମୋଗ୍ରାଫି ପରି ଅତ୍ୟାଧୁନିକ ରୋଗ ନିରୂପଣ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି। ଗୁରୁତର ରୋଗୀମାନଙ୍କ ପାଇଁ ଯେପରି ଅକ୍ସିଜେନ୍‌ର ଅଭାବ ନହେବ ସେଥିନିମନ୍ତେ ସ୍ୱତନ୍ତ୍ର ଅକ୍ସିଜେନ୍ ପ୍ଲାଣ୍ଟ ବସାଯାଉଛି। ଏହି ହସ୍‌ପିଟାଲ୍ ସଂଲଗ୍ନ ୨ ଏକର ପରିମିତ ଜାଗାରେ କ୍ୟାନ୍ସର୍ ଚିକିତ୍ସା ହସ୍‌ପିଟାଲ ମଧ୍ୟ ନିର୍ମାଣ କରାଯାଉଛି। ଏଥିପାଇଁ ଆମ ସରକାର ପ୍ରାୟ ୪୧ କୋଟି ୧୫ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବିକାଶ ସହିତ ଦୁର୍ନୀତିମୁକ୍ତ ଶାସନ ଦେବା ଆମର କର୍ତ୍ତବ୍ୟ। ଆମ ସରକାର ଆସିବା ପରେ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକମାନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯାଉଛି। ରାଜ୍ୟରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ଅଛି। ଖୁବ୍‌ଶୀଘ୍ର ଆଉ ୪ଟି ଜିଲ୍ଲା ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ। ଆମ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି। ବର୍ତ୍ତମାନ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକରୁଛି। ଏହା ମାଧ୍ୟମରେ ଆମ ରାଜ୍ୟର ୩ କୋଟି ୪୬ ଲକ୍ଷ ଅର୍ଥାତ୍‌? ୮୦ ପ୍ରତିଶତ ଲୋକ ଉପକୃତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ଯୋଜନାରେ ରାଜ୍ୟର ପ୍ରାୟ ୩ ଲକ୍ଷ ୯୧ ହଜାର ହିତାଧିକାରୀମାନଙ୍କ ପାଇଁ ୯୦୦ କୋଟି ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ସେହିଭଳି ଧନୀ, ଗରିବ ନିର୍ବିଶେଷରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ୮୬୪୪ ହିତାଧିକାରୀଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୩୫ କୋଟି ୬୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ନିରନ୍ତର ବିକାଶ ଧାରାରେ ଆଜି କୋରାପୁଟ ଜିଲ୍ଲା ମଧ୍ୟ ସାମିଲ ହୋଇଛି। ବର୍ତ୍ତମାନ ରାଜ୍ୟର ଜନସାଧାରଣଙ୍କ ସହିତ ଆମ କୋରାପୁଟବାସୀ ମଧ୍ୟ ଦେଶର ବଡ଼ ବଡ଼ ସହରରେ ଥିବା ପ୍ରାୟ ୨୯ ହଜାରରୁ ଊର୍ଦ୍ଧ୍ୱ ତାଲିକାଭୁକ୍ତ ଘରୋଇ ହସ୍‌ପିଟାଲ୍‌ରେ ମାଗଣା ସ୍ୱାସ୍ଥ୍ୟସେବା ପାଉଛନ୍ତି। ପ୍ରତି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି। କୋରାପୁଟ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ୩ ଲକ୍ଷ ୫୪୭ କାର୍ଡ ବଣ୍ଟନ କରାଯାଇଛି। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅଧୀନରେ ୯ ହଜାର ୬ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ୪ଟି ବେସରକାରୀ ହସ୍ପିଟାଲ୍‌କୁ ଏବି ପିଏମ୍‌ଜେଏୱାଇଁ-ଜିଜେଏୱାଇ ଅନ୍ତର୍ଗତ ଅନୁମୋଦନ ମିଳିଛି, ଯେଉଁଠି ଲୋକେ କ୍ୟାଶଲେସ୍ ଚିକିତ୍ସା ସୁବିଧା ପାଉଛନ୍ତି । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାତ୍ର ଏକ ବର୍ଷର ସରକାରରେ ସବୁ କ୍ଷେତ୍ରରେ ଅନେକ କିଛି କାର୍ଯ୍ୟ ହୋଇଛି। ଏହି କାର୍ଯ୍ୟ ଆହୁରି ଅଧିକ ଗତିରେ ତ୍ୱରାନ୍ୱିତ ହେବ। ଆମ ସରକାର ହେଉଛି ଲୋକଙ୍କ ସରକାର। ୨୦୩୬ ମସିହାରେ ସମୃଦ୍ଧ ଓଡ଼ିଶା ଗଠନ ସହ ୨୦୪୭ ମସିହା ବେଳକୁ ବିକଶିତ ଭାରତ ଗଠନରେ ଓଡ଼ିଶାକୁ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବା ପାଇଁ ଆମ ସରକାର ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶିଳ୍ପ, ନୂଆ ରୋଜଗାର ସୁବିଧା ସୃଷ୍ଟି, ନିରନ୍ତର ଆର୍ଥିକ ବିକାଶ ଆଦି କ୍ଷେତ୍ରରେ ସାରା ଓଡ଼ିଶାରେ ନୂଆ ଯୁଗର ଆରମ୍ଭ ହୋଇଛି। ଏ ସବୁଥିରେ କୋରାପୁଟ ଜିଲ୍ଲାକୁ ସାମିଲ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ସେବା ବିକାଶ ଇତିହାସରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେଉଛି । ଆଜିର ଏହି ଶୁଭ ଅବସରରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ନୂଆ ହସ୍‌ପିଟାଲ ଉଦ୍‌ଘାଟନ ହେବା ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପାଇଁ ଏକ ଅନନ୍ୟ ପ୍ରାରମ୍ଭ। ସମସ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ର, ସରକାରୀ ଡାକ୍ତରଖାନା, ମେଡିକାଲ୍ କଲେଜ ଏବଂ ହସ୍‌ପିଟାଲ ଆଦିରେ ନୂଆ ଭିତ୍ତିଭୂମି ସହ ରୋଗୀ-କୈନ୍ଦ୍ରିକ ସେବା ବ୍ୟବସ୍ଥା ସୃଷ୍ଟି କରାଯାଉଛି। ହସ୍‌ପିଟାଲ୍‌ଗୁଡ଼ିକର ନବୀକରଣ କରାଯାଉଛି। ଏସବୁ ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ। ଏହି ପଦକ୍ଷେପ ଫଳରେ ରାଜ୍ୟର ସବୁ ଆଞ୍ଚଳର ବିକାଶ ସନ୍ତୁଳିତ ଭାବେ ହୋଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ୍ ବୟୋ ବନ୍ଦନା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ପାଇଁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ବିଧାୟକ ରଘୁରାମ ମାଛ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଧନ୍ୟବାଦ ଅର୍ପଣ କରିଥିଲେ।

12 Comments
  1. va approuvé kamagra médicament

    kamagra comparer les prix walgreens

  2. buy enclomiphene overnight cod

    discount enclomiphene cheap alternatives

  3. order androxal cod next day delivery

    how to order androxal generic ingredients

  4. cheapest buy flexeril cyclobenzaprine purchase singapore

    cheapest buy flexeril cyclobenzaprine generic does it works

  5. discount dutasteride generic from india

    buying dutasteride generic effectiveness

  6. online order gabapentin generic free shipping

    buying gabapentin uk cheap purchase buy

  7. cheap fildena medication interactions

    order fildena generic sale

  8. discount itraconazole purchase england

    get itraconazole generic usa

  9. cheapest buy staxyn australia price

    cheap staxyn usa online no prescription

  10. online order avodart canada cost

    how to buy avodart generic free shipping

  11. buy cheap xifaxan australia over the counter

    xifaxan order online with e check

  12. cheap rifaximin cost on prescription

    how to buy rifaximin purchase online from india

Comments are closed, but trackbacks and pingbacks are open.