ଯୁଦ୍ଧ ବନ୍ଦ ପାଇଁ ମୈଦାନ ରେ ହାତ ଯୋଡି ଅପିଲ କଲେ ୟୁକ୍ରେନ ଫୁଟବଲ ଖେଳାଳି

15

ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏହି ଯୁଦ୍ଧ କୁ ନେଇ ସାରା ବିଶ୍ୱ ଶଙ୍କିତ ରହିଛି I ଯାହାର ପ୍ରଭାବ ଏବେ କ୍ରୀଡା ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଦେଶ ର ଖେଳାଳି ମାନେ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଅପିଲ କରୁଥିବା ର ଦେଖାଯାଇଛି I ୟୁରୋପା ଲିଗରେ ଖେଳୁଥିବା ୟୁକ୍ରେନ୍ ଫୁଟବଲର୍ ନିଆରା ଢଙ୍ଗରେ ସେଲିବ୍ରେସନ୍ କରି ଯୁଦ୍ଧ ଟାଳିବାକୁ ଅନୁରୋଧ କରିଛନ୍ତି। ଆଟଲାଣ୍ଟା ବିସିର ମିଡପିଲ୍ଡର ରୁସଲାନ ମଲିନୋଭସ୍କି ଅଲିମ୍ପିଆକୋସ ବିପକ୍ଷ ମ୍ୟାଚରେ ଏକ ଗୋଲ ସ୍କୋର କରିବା ପରେ ତାଙ୍କ ଜର୍ସି ଉପରକୁ କରିଥିଲେ । ଏଥିରେ ଲେଖାଥିଲା “ନୋ ୱାର ଇନ ୟୁକ୍ରେନ’ । ତେବେ କେବଳ ସେତିକି ନୁହେଁ ବାର୍ସେିଲୋନା ଏବଂ ନେପାଳର ଖେଳାଳିମାନେ ମଧ୍ୟ କ୍ୟାମ୍ପ ନାଉରେ ମ୍ୟାଚ ପୂର୍ବରୁ ଯୁଦ୍ଧ ବନ୍ଦ କରିବାର ବ୍ୟାନର ଧରିଥିବାର ଦେଖାଯାଇଥିଲା । ବାର୍ସିଲୋନା ଓ ନେପୋଲୀର ଖେଳାଳିମାନେ ମଧ୍ୟ କ୍ୟାମ୍ପ ନାଉରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ନିଜ ନିଜର ପକ୍ଷ ରଖିଥିଲେ। ଦୁଇ କ୍ଲବର ଖେଳାଳି ସେମାନଙ୍କର ୟୁରୋପା ଲିଗ୍ ପ୍ଲେ-ଅଫର ଦ୍ୱିତୀୟ ପର୍ଯ୍ୟାୟର ମୁକାବିଲା ପୂର୍ବରୁ ‘ଯୁଦ୍ଧ ବନ୍ଦ କର’ ବାର୍ତ୍ତା ସହ ଏକ ବ୍ୟାନର୍ ଧରି ଛିଡ଼ା ହୋଇଥିଲେ। ବାର୍ସିଲୋନା ଏହି ମୁକାବିଲା ୪-୨ରେ ଜିତି ନେଇଥିଲା।ସେହିପରି ଭାବୁକ ହୋଇ ମାଞ୍ଚେଷ୍ଟର ସିଟିର ୟୁକ୍ରେନ ଡିଫେଣ୍ଡର ଆଲେକଜାଣ୍ଡାର ଜିନଚିକୋ ଇନଷ୍ଟାଗ୍ରାମରେ ଋଷ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଏକ ପୋଷ୍ଟ ଶେୟର କରିଛନ୍ତି । ଏତିରେ ଲେଖିଛନ୍ତି “ମୋର ଆଶା ଅଛି ଆପଣ ଦିନେ ଖୁବ ଭୟଙ୍କର ମରଣ ମରିବେ’ । ତେବେ ପରେ ଏହି ପୋଷ୍ଟକୁ ଡିଲିଟ କରି ଦିଆଯାଇଛି ।

Comments are closed, but trackbacks and pingbacks are open.