କାର ଉପରେ ଓଲଟିଲା ବାଲି ବୋଝେଇ ଟ୍ରକ୍‌, ୨ ଶିଶୁ ସମେତ ୫ ମୃତ

17

ଉତ୍ତର ପ୍ରଦେଶର ରାୟବରେଲିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଲି କାଢ଼ିଲା ପରେ କାରକୁ ବାହାର କରାଯାଇପାରିଛି । କାର୍‌ରେ ମୋଟ ୬ ଜଣ ଲୋକ ଥିଲେ । କେବଳ ଜଣେ ବ୍ୟକ୍ତି ବଞ୍ଚିଛନ୍ତି । ପୋଲିସ ମୃତଦେହଗୁଡ଼ିକ ପୋଷ୍ଟମର୍ଟମ ପାଇଁ ମୋର୍ଚରୀ ପଠାଇଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ରାଏବରେଲିର ଭଦୋଖର ଥାନା ଅନ୍ତର୍ଗତ କୁଚରିଆ ଭାଓ ନିକଟରେ ପ୍ରୟାଗରାଜ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ସମାଜସେବୀ ମହେନ୍ଦ୍ର ଅଗ୍ରୱାଲଙ୍କ ପୁଅ ରାକେଶ ଅଗ୍ରୱାଲ (୪୫), ପତ୍ନୀ ସୋନମ ଅଗ୍ରୱାଲ (୩୫) ଓ ପୁଅ ଆଦିତ୍ୟ (୧୧)ଙ୍କ ସହିତ ଖାଇବାକୁ ଢାବା ଯାଇଥିଲେ । ତାଙ୍କ ସହିତ ରଚିତ ଅଗ୍ରୱାଲଙ୍କ ପତ୍ନୀ ରୁଚିକା (୩୫) ଓ ତାଙ୍କର ୨ ଶିଶୁ ରଇସା (୯) ଓ ରେୟାନ୍ସ (୬) ମଧ୍ୟ ଥିଲେ । ରାତି ହେବାରୁ ସେମାନେ ନିଜର ଇକୋ ସ୍ପୋର୍ଟସ କାରରେ ଫେରୁଥିଲେ । ସେହି ସମୟରେ ମୁଶୀଗଂଜ ନିକଟରେ ବାଲି ବୋଝେଇ ଏକ ଟ୍ରକ୍ କାର ଉପରେ ଓଲଟି ପଡ଼ିଥିଲା । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ମୃତଦେହ ଓ ଆହତଙ୍‌କୁ ଉଦ୍ଧାର କରିଥିଲା ।

Comments are closed, but trackbacks and pingbacks are open.