ରାଜ୍ୟ କ୍ୟାବିନେଟରେ ମୋଟ ୧୭ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

25

ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟା​‌ରେ ରାଜ୍ୟ କ୍ୟାବିନେଟ ବୈଠକ ହୋଇଛି I ଏହି ବୈଠକ ରେ ରାଜ୍ୟରେ ୧୭ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହି ପ୍ରସ୍ତାବ ଗୁଡିକ ମଧ୍ୟରେ ରାୟଗଡା କାଶୀପୁରରେ ବୃହତ ପାନୀୟ ଜଳ ପ୍ରକଳ୍ପ ଓ ଆଇଟି ପଲିସି ୨୦୨୨କୁ ବ୍ୟାବିନେଟ୍ ମୋହର ଲାଗିଛି । ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ଦିଆଯାଇଛି । ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। କ୍ୟାବିନେଟ ବୈଠକ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଲେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏଥିସହ ୪ ଜିଲ୍ଲାରେ ଦାଦନ ରୋକିବାକୁ ନୂତନ ରାଜ୍ୟ କ୍ଷେତ୍ର ଯୋଜନାକୁ ଅନୁମୋଦନ ମିଳିଛି ।

ରାୟଗଡା ଜିଲ୍ଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ଯୋଗଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଉକ୍ତ ପ୍ରକଳ୍ପ ଦ୍ୱାରା ରାୟଗଡାର ୨ଟି ବ୍ଲକ ଅଧୀନରେ ଥିବା ୧୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୨୯ଟି ଗ୍ରାମରେ ବସବାସ କରୁଥିବା ପ୍ରୟ ୩୫ ହଜାର ୪୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ରମନଗୁଡା ବ୍ଲକ ଅଧୀନରେ ଥିବା ୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୮ ଟି ଗ୍ରାମର ପ୍ରାୟ ୧୬ହଜାର ୩୨ ଜଣ ଓ କୋଇନରା ବ୍ଲକ ଅଧୀନରେ ଥିବା ୮ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୭୧ ଟି ଗ୍ରାମର ପ୍ରାୟ ୧୯ ହଜାର ୩୭୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ ।

Comments are closed, but trackbacks and pingbacks are open.