ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍

27

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦିଗ୍ଧ ମୃତ୍ୟୁ ଉପରୁ ଏ ଯାଏ ପରଦା ହଟାଇପାରୁନାହିଁ I ପାରଳାଖେମୁଣ୍ଡି ପୋଲିସ ର ଅସଫଳତା ପରେ କେଶ ଏବେ ଯାଇ କ୍ରାଇମବ୍ରାଞ୍ଚ ହାତରେ ,ତେଣୁ ଏହି ମୃତ୍ୟୁ ରହସ୍ୟ ର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍ । ଆଜି ଖଇରା ର ବେଗୁନିଆ ସ୍ଥିତ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚିଛି ଟିମ୍ । ବାପା, ମା’, ମାମୁଁ, ମାଇଁ, ଭାଇଙ୍କଠାରୁ ତଥ୍ୟ ସଂଗ୍ରହକରିଛି କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟ ଙ୍କ ମା କ୍ରାଇମବ୍ରାଞ୍ଚ ଅଫିସର ଙ୍କୁ ଦେଖି ନିଜର କୋହ ସମ୍ଭାଳି ପାରି ନ ଥିଲେ,ସେ କାନ୍ଦି କାନ୍ଦି କହିଥିଲେ ବିଦ୍ୟାଭାରତୀ (ବୋହୁ)ନିଆଁରେ ପୋଡିହେବା ପଛରେ ସତ୍ୟତା କଣ ସବୁ ଜାଣିଛି,ଯେତେବେଳେ ନିଆଁ ରେ ପୋଡିହୋଇ ସୌମ୍ୟରଂଜନ ଙ୍କୁ ହସ୍ପିଟାଲ ନିଆଯାଉଥିଲା,ସେତିକିବେଳେ କୁଆଡେ ବିଦ୍ୟାଭାରତୀ କହିଥିଲେ କି ସୌମ୍ୟ ଭଲ ହୋଇ ହସ୍ପିଟାଲ ରୁ ଆସିଲେ ସବୁ ସତ କହିବେ ବୋଲି, କିନ୍ତୁ ଦୁର୍ଭାଗ୍ୟ ବଶତଃ ସୌମ୍ୟ ଆଉ ହସ୍ପିଟାଲ ରୁ ଫେରି ନ ଥିଲେ ଏବଂ ବିଦ୍ୟା ଭାରତୀ ହସ୍ପିଟାଲ ରୁ ତାଙ୍କ ନିଜ ଘର କପ୍ତିପଦା ଚାଲିଯାଇଥିଲେ I ତେଣୁ ସତ ଉପରୁ ଏ ଯାଏ ପରଦା ଉଠି ପାରି ନାହିଁ Iତେଣୁ ପ୍ରଥମେ ବିଦ୍ୟା ଭାରତୀ ଙ୍କୁ ଗିରଫ କରାଯାଉ ବୋଲି ସୌମ୍ୟ ଙ୍କ ପରିବାର ଦାବି କରିଛନ୍ତି I ସୌମ୍ୟଙ୍କର ପରିବାର କରିଥିବା ଅଭିଯୋଗକୁ ଆଧାର କରି ବିଦ୍ୟା ଭାରତୀକୁ ଜେରା କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.