ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା ; ୩ ଯୁବକଙ୍କୁ ମରଣାନ୍ତ ଆକ୍ରମଣ

29

ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା। ୩ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତ ଆକ୍ରମଣ। ଦୁଇ ଜଣଙ୍କ ଅସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ଯୁଅ ଖେଳକୁ ନେଇ ଦୁଇ ଗୋଷ୍ଠାଙ୍କର ଗଣ୍ଡଗୋଳ ଯୋଗୁ ଆଜି ଏହି ଆକ୍ରମଣ ହୋଇଛି। ଶନିବାର ସକାଳେ ପୂରା ବଡ଼ଦାଣ୍ଡରେ ହୃଷିକେଶ ପଣ୍ଡା ସମୀର ଦାସ ଓ ଖଗେଶ୍ୱର ସାହୁ ମାର୍କେଟ ଛକରେ ଚା’ ପିଉଥିବା ବେଳେ ହଠାତ୍ ୧୮ ଜଣ ଯୁବକ ମୋଟର ସାଇକେଲରେ ଆସି ସେମାନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ।

ଫଳରେ ଖଣ୍ଡା ଚୋଟରେ ୩ ଜଣ ଆହତ ହୋଇଥିଲେ। ରକ୍ତ ରଞ୍ଜିତ ହୋଇଥିଲା ଜଗାର ପୂରୀ ବଡ଼ଦାଣ୍ଡ। ଏହାପରେ ତୁରନ୍ତ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ତଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.