ଆଜି ସଂଧ୍ୟାରେ ଆକାଶରେ ଦେଖାଯିବ ସୁପରମୁନ୍‌

162

ଭୁବନେଶ୍ବର: ଆଜି ଆକାଶରେ ଦେଖାଯିବ ଏକ ମହାଜାଗତିକ ଦୃଶ୍ୟ। ଯାହାକୁ ଦେଖିବା ପାଇଁ ମହାକାଶ ପ୍ରେମୀ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଆଜି ସଂଧ୍ୟାରେ ଆକଶରେ ଚନ୍ଦ୍ର ବେଶ ବଡ ଦେଖାଯିବା ସହିତ ଉଜ୍ଜଳ ଦେଖାଯିବେ। ଯାହାକୁ ଇଂରାଜୀରେ ସୁପରମୁନ ବୋଲି କୁହାଯାଇଥାଏ। ଆଜି ପୌଷ ପୂର୍ଣ୍ଣିମା ହୋଇଥିବାରୁ ଏହି ଆକାଶରେ ମହାଜାଗତିକ ଦୃଶ୍ୟ ପରିଲକ୍ଷିତ ହେବ। ସୂଚନା ଅନୁସାରେ ଆଜି ଚନ୍ଦ୍ର ଆକାଶରେ ପୂର୍ବ ଅପେକ୍ଷା 14 ପ୍ରତିଶତ ବଡ ଦେଖାଯିବେ। ଏଥିସହିତ ପୂର୍ବ ଅପେକ୍ଷା 30 ପ୍ରତିଶତ ଉଜ୍ଜଳ ଦେଖାଯିବେ। ଫଳରେ ଆକାଶରେ ଚନ୍ଦ୍ରକୁ ଦେଖିବା ପାଇଁ ସମସ୍ତଙ୍କର ଆଗ୍ରହ ସୃଷ୍ଟି ହେବ। ରିପୋର୍ଟ ଅନୁସାରେ ଚନ୍ଦ୍ର ଆଜି ଭାରତୀୟ ସମୟ ଅପରାହ୍ନ 4 ଟା ବେଳୁ ଉଜ୍ଜଳ ଦେଖାଦେବେ। ଏହା ଧିରେ ଧିରେ ବୃଦ୍ଧି ପାଇବ। ସଂଧ୍ୟା ବା ରାତି ବେଳକୁ ଏହା ସ୍ପଷ୍ଟ ଦୃଶ୍ୟମାନ ହେବ। ଏହ ସମୟରେ ପୃଥିବୀଠାରୁ ଚନ୍ଦ୍ର 362,641 କିମି ଦୂରତାରେ ଦେଖାଦେବ। ଏହା ପୃଥିବୀର ବିଭିନ୍ନ ଦେଶରେ ପରିଲକ୍ଷିତ ହେବ। ତେବେ ତାହା ସମୟ ଭିନ୍ନ ଭିନ୍ନ ରହିବ।

Comments are closed, but trackbacks and pingbacks are open.