ସ୍କୁଲ ବନ୍ଦ ପାଇଁ ଛାତ୍ରୀଙ୍କୁ ଦିଆଗଲା ବିଷ

32

ପାଠପଢା ବନ୍ଦ ପାଇଁ ଛାତ୍ରୀଙ୍କୁ ଦିଆଗଲା ବିଷ । ଗୁରୁତର ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି । ଛାତ୍ରୀଙ୍କଠାରୁ ଛଡାଇ ନିଆଯାଉଛି ପଢିବାର ଅଧିକାର । ସ୍କୁଲ ବନ୍ଦ କରିବା ପାଇଁ ଛାତ୍ରୀମାନଙ୍କୁ ଦିଆଗଲା ବିଷ । ଇରାନରୁ ଆସିଲା ଏମିତି ସାଂଘାତିକ ଖବର । ଛାତ୍ରୀଙ୍କ ସ୍କୁଲ ଯିବା ବନ୍ଦ କରିବା ପାଇଁ କିଛି ଲୋକ ଛାତ୍ରୀଙ୍କୁ ବିଷ ଦେଉଥିବା ଅଭିଯୋଗ ହୋଇଛି । ଇରାନର ତେହରାନରେ ସ୍କୁଲ ଛାତ୍ରୀଙ୍କ ନିଶ୍ୱାସ ପ୍ରଶ୍ୱାସରେ ବିଶାକ୍ତ ପଦାର୍ଥ ଦିଆଯାଉଥିବା ମାମଲା ସାମ୍ନାକୁ ଆସିଛି ।

ଅନେକ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀଙ୍କୁ ଜାଣିଶୁଣି ବିଷ ଦିଆଯାଉଥିବା ଗତକାଲି ଇରାନର ଉପ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କୌମ୍ ନାମକ ଏକ ସ୍କୁଲରେ ଛାତ୍ରୀଙ୍କୁ ବିଷ ଦିଆଯାଉଛି । କିଛି ଲୋକ ଛାତ୍ରୀମାନଙ୍କର ସ୍କୁଲ ଆସିବା ବନ୍ଦ ହୋଇଯାଉ ବୋଲି ଚାହୁଁଥିଲେ, ସେଥିପାଇଁ ସେମାନେ ବିଷ ଦେଉଥିବା ଯାଞ୍ଚ ପରେ ଜଣାପଡିଛି । ଏହି ମାମଲାର ତଦନ୍ତ ଏବେ ବି ଜାରି ରହିଥିବା ବେଳେ କୌଣସି ଲୋକଙ୍କୁ ଗିରଫ କରାଯାଇନଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ନଭେମ୍ବର ଶେଷ ଭାଗରୁ ମୁଖ୍ୟତଃ ତେହେରାନର ଦକ୍ଷିଣରେ ଥିବା କୌମ୍ ସ୍କୁଲ ଛାତ୍ରୀମାନଙ୍କ ମଧ୍ୟରେ ଶ୍ୱାସକ୍ରିୟାରେ ବିଷାକ୍ତ ହେବାର ଶହ ଶହ ମାମଲା ଚିହ୍ନଟ ହୋଇଥିଲା । ସେମାନଙ୍କ ମଧ୍ୟରୁ କେତେକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ଫେବୃଆରୀ ୧୪ ରେ ଏହି ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ଅସୁସ୍ଥ ଥିବା ଛାତ୍ରୀମାନଙ୍କ ବାପାମାଆ କର୍ତ୍ତୃପକ୍ଷଙ୍କଠାରୁ ସ୍ପଷ୍ଟିକରଣ ମାଗିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ସରକାର ଘଟଣାର ଯାଞ୍ଚ କରିବାକୁ ଇଣ୍ଟେଲିଜେନ୍ସକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed, but trackbacks and pingbacks are open.