ଆଜି ସନ୍ଧ୍ୟାରେ ବାତ୍ୟା

29

ଧୀରେ ଧୀରେ ଘନଉଛି ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ  ସକ୍ରିୟ ଅବପାତ ଏବେ  ଗଭୀର ଅବପାତର ରୂପ ନେଇସାରିଛି  । ସକାଳ ୫ଟା ୩୦ରେ ଗଭୀର ଅବପାତର ରୂପ ନେଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୧୧ ତାରିଖ ମଧ୍ୟରାତ୍ର କିମ୍ବା ୧୨ ତାରଖ ସକାଳ ସୁଦ୍ଧାର ଅତି ଭୀଷଣ ବାତ୍ୟାର ରୂପ ନେବ । ପରେ ଦିଗ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛି ଅବପାତ । ଏବେ ଅବପାତ ପୋର୍ଟ ବ୍ଲେୟାର ଠାରୁ ୫୪୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୧୪ ତାରିଖରେ ବାଂଲାଦେଶ ଓ ଉତ୍ତର ମିଆଁମାରରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଉଛି ।  ୧୪ ପୂର୍ବାହ୍ନରେ କୋକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ଆଜି ସନ୍ଧ୍ୟାରେ  ବାତ୍ୟା ରୂପ ନେଇ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ପରେ ଭୀଷଣବାତ୍ୟାରେ ପରିଣତ ହୋଇ ମେ’ ୧୨ ତାରିଖ ସକାଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ଏହା ପରେ ମେ’ ୧୩ ତାରିଖ ଗତିପଥ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ କ୍ରମଶଃ ଦୁର୍ବଳ ହେବ । ଏହା ପରେ ମେ’ ୧୪ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଉତ୍ତର ମ୍ୟାମାଁର ଉପକୂଳ ଦେଇ ଗତ କରିବ ।

ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ସ୍ପଷ୍ଟ କରିଛି।  ୧୨ ଓ ୧୩ ତାରିଖରେ ବାତ୍ୟା ରୂପ ନେବା ପରେ  କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୧୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବାକୁ ବାରଣ କରାଯାଇଛି।

Comments are closed, but trackbacks and pingbacks are open.